ଭୋପାଳ:ଚୀନର ବିଶ୍ବରେକର୍ଡ ଭାଙ୍ଗିଲା ଭାରତ । ୫୦ ମିନିଟରେ ଆଗ୍ରୋ ରୋବର୍ଟ ତିଆରି କରି ଗିନିଜ ବୁକ୍ ଅଫ ରେକର୍ଡରେ ନିଜ ସ୍ଥାନ ପକ୍କା କରିଛନ୍ତି ଭାରତର କୁନି କୁନି ଛାତ୍ର । ପ୍ରାୟ ୧୪୮୨୪ ପିଲାମାନେ ମିଶି ଏହି ରୋବର୍ଟ ତିଆରି କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମେ ହଙ୍ଗକଙ୍ଗ ଏହି ବିଶ୍ବ ରେକର୍ଡ ହାତେଇ ଥିଲା । ଏହି ରେକର୍ଡରେ ଭାରତ ସହିତ ମଧ୍ୟପ୍ରଦେଶର ନାମ ଯୋଡ଼ି ହୋଇଛି । ଆଗ୍ରୋ ରୋବଟ୍ସକୁ ତିଆରି କରିବା ପାଇଁ ଭୋପାଳର ମୈନିଟରେ ଚାଲିଥିବା ବିଜ୍ଞାନ ମହୋତ୍ସବରେ ୧୬୦୦ ଛାତ୍ର ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୪୮୪ ଏହି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।
ସମସ୍ତଙ୍କୁ ଗୋଟିଏ ଲେଖାଏଁ ରୋବର୍ଟ ଦିଆଯାଇଥିଲା । ଏଥିପାଇଁ ୫୦ ମିନିଟର ଏକ ସମୟ ସ୍ଥିର କରାଯାଇଥିଲା ଏବଂ ଛାତ୍ରମାନଙ୍କୁ ଏହା ଭିତରେ ଏହି ରୋବର୍ଟ ସଂପୂର୍ଣ୍ଣ କରିବାକୁ କୁହାଯାଇଥିଲା । ଅନେକ ଛାତ୍ର କେବଳ ୧୫ ମିନିଟରେ ଏହାକୁ ତିଆରି କରିବାରେ ସକ୍ଷମ ହୋଇଥିଲେ । ଏହି ବିଜ୍ଞାନ ମହୋତ୍ସବରେ ଅଂଶଗ୍ରହଣ କରିଥିବା ମୟୂରୀ ଦତ୍ତ କହିଛନ୍ତି ଯେ ପୂର୍ବରୁ ହଙ୍ଗକଙ୍ଗ ନାମରେ ଏହି ରେକର୍ଡ ରହିଥିଲା । ଏଠାରେ ୨୭୦ ଛାତ୍ରଛାତ୍ରୀ ଏହି ରେକର୍ଡ ସୃଷ୍ଟି କରିଥିଲେ । ହେଲେ ଭୋପାଳରେ ୧୪୮୪ଜଣ ଛାତ୍ରଛାତ୍ରୀ ଏପରି ରୋବର୍ଟ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଏହି ରୋବର୍ଟକୁ ୪ଭାଗରେ ବିଭକ୍ତ କରାଯାଇଥିଲା । ଏହି ରୋବଟ୍ ମାଟି ଖୋଳିବା ଭଳି ଅନେକ କାର୍ଯ୍ୟ କରୁଥିଲା ।