ଓଡିଶା

odisha

ETV Bharat / bharat

GST ବୈଠକ: କୋରୋନା ଓ ବ୍ଲାକଫଙ୍ଗସ ଚିକିତ୍ସା ଉପକରଣରୁ ହଟିଲା ଜିଏସଟି - କୋଭିଡ ଉପକରଣରୁ ଜିଏସଟି

କୋରୋନା ଭ୍ୟାକ୍ସିନ ଉପରେ ଲାଗୁ ଜିଏସଟି ଅପରିବର୍ତ୍ତିତ । କିନ୍ତୁ ବ୍ଲାକ ଫଙ୍ଗସ ଔଷଧ ଓ କୋଭିଡ ବିରୋଧୀ ଯୁଦ୍ଧରେ ଜରୁରୀ ସାମଗ୍ରୀ ଉପରୁ ଜିଏସଟି ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ଜିଏସଟି ଫ୍ରି ହେଲା କୋଭିଡ- ବ୍ଲାକଫଙ୍ଗସ ମେଡିସିନ
ଜିଏସଟି ଫ୍ରି ହେଲା କୋଭିଡ- ବ୍ଲାକଫଙ୍ଗସ ମେଡିସିନ

By

Published : Jun 12, 2021, 3:54 PM IST

ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦର 44 ତମ ବୈଠକ ଶେଷ ହୋଇଛି । ଆଜିର ଏଜେଣ୍ଡା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (ଜିଓଏମ)ର ସୁପାରିଶ ଥିଲାବେଳେ କୋଭିଡ ଓ ବ୍ଲାକଫଙ୍ଗସ ଚିକିତ୍ସାରେ ବ୍ୟବହୃତ ଔଷଧ ଓ ଉପକରଣ ଉପରୁ କର ହ୍ରାସ ନେଇ ନିଆଯାଇଛି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

43 ତମ ଜିଏସଟି ବୈଠକରେ କୋଭିଡ ସମ୍ବନ୍ଧୀୟ ଆବଶ୍ୟକ ବସ୍ତୁ ଉପରେ କର ରିଲିଫ ଦେବା ପାଇଁ ଗଠିତ ଜିଓଏମ ସୁପାରିଶକୁ ସ୍ବୀକାର କରିଛି ଅର୍ଥ ମନ୍ତ୍ରାଳୟ । ଏହା ଅନୁସାରେ ଯେଉଁ ସାମଗ୍ରୀର ବ୍ୟବହାର କୋଭିଡ-19 ଚିକିତ୍ସାରେ କରାଯାଉଛି ତା ଉପରେ ରିଲିଫ ଦିଆଯିବ ।

ନୂଆ ଜିଏସଟି ଦର ସେପ୍ଟେମ୍ବର ଶେଷ ସୁଦ୍ଧା ଲାଗୁ ହେବ । ସରକାର ଏହି ଅବଧିକୁ ସେପ୍ଟେମ୍ବରରୁ ଆଗକୁ ବଢାଇବା ପାଇଁ ବି ବିଚାର କରିବେ ।

3 ବସ୍ତୁ ଉପରୁ ମନ୍ତ୍ରାଳୟ ରିହାତି ଦେବ । ଏଣିକି ଇଲେକ୍ଟ୍ରିକ ଫର୍ନେସ ଉପରେ ଏବେ 5 ପ୍ରତିଶତ, ତାପମାନ ଯାଞ୍ଚ ଉପକରଣ ଉପରୁ 5 ପ୍ରତିଶତ ଓ ଆମ୍ବୁଲାନ୍ସ ଉପରୁ 12 ପ୍ରତିଶତ କର ଲାଗିବ । ପୂର୍ବରୁ ଏସବୁ ଉପରେ ଅଧିକ କର ଲାଗୁଥିଲା ।

ସେହିଭଳି ବ୍ଲାକ ଫଙ୍ଗସ ଚିକିତ୍ସାରେ ଆବଶ୍ୟକ ହେଉଥିବା ଆଣ୍ଟିଫଙ୍ଗଲ ଔଷଧ Amphotericin B ଉପରେ କୌଣସି ଜିଏସଟି ଲାଗିବ ନାହିଁ ।

କିନ୍ତୁ କୋରୋନା ଭ୍ୟାକ୍ସିନ ଉପରେ ଲାଗୁ ଜିଏସଟିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଜିଏସଟି ପରିଷଦ ବ୍ଲାକ ଫଙ୍ଗସ ଔଷଧ ଓ କୋଭିଡ ବିରୋଧୀ ଯୁଦ୍ଧରେ ଜରୁରୀ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିଛି ।

ପ୍ରକାଶ ଯେ, ଏବେ ଦେଶରେ ତିଆରି ଭ୍ୟାକ୍ସିନ ଉପରେ 5 ପ୍ରତିଶତ ଜିଏସଟି ଲାଗୁଛି । ଯେତେବେଳେ କି କୋଭିଡ ଔଷଧ ଓ ଅକ୍ସିଜେନ କନ୍ସଟ୍ରେଟର ଉପରେ ଏହାର ହାର 12 ପ୍ରତିଶତ ଅଛି ।

ABOUT THE AUTHOR

...view details