ଓଡିଶା

odisha

Chopper Mishap: କ୍ୟାପଟେନ ବରୁଣ ସିଂହ କିଏ ? ତେଜସକୁ ସେଭ କରିଥିଲେ, ଶୌର୍ଯ୍ୟଚକ୍ର ପାଇଥିଲେ

By

Published : Dec 8, 2021, 9:08 PM IST

କ୍ରାସ ହୋଇଥିବା Mi17V5 ହେଲିକପ୍ଟର ପାଇଲଟ ଥିଲେ ଭାରତୀୟ ବାୟୁସେନାର ଶୌର୍ଯ୍ୟଚକ୍ର ବିଜେତା ଗ୍ରୃପ କ୍ୟାପଟେନ ବରୁଣ ସିଂ । ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ୱେଲିଂଟନ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Group Capt Varun Singh The lone survivor in CDS chopper crash
Army Chopper Crashing: ଗୁରୁତର ଗ୍ରୃପ କ୍ୟାପଟେନ ବରୁଣ ସିଂହ କରୁଛନ୍ତି ସଂଗ୍ରାମ

ନୂଆଦିଲ୍ଲୀ:ହେଲିକପ୍ଟରMi17V5 ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଗ୍ରୃପ କ୍ୟାପଟେନ ବରୁଣ ସିଂହ । ତାମିଲନାଡୁର କୁନ୍ନୁରର ନୀଳଗିରି ଅଞ୍ଚଳରେ ସେନା ହେଲିକପ୍ଟର Mi17V5 ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଭାରତୀୟ ସେନାର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ସେନା ଅଫିସର ଥିଲେ । ତାଙ୍କ ସହ ଏହି ହେଲିକପ୍ଟରର ପାଇଲଟ ଥିଲେ ଗ୍ରୃପ କ୍ୟାପଟେନ ବରୁଣ ସିଂ । ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତ ଗ୍ରୃପ କ୍ୟାପଟେନ ବରୁଣ ସିଂ । ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ୱେଲିଂଟନ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ନୂଆଦିଲ୍ଲୀରୁ ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ସେନା ଅଧିକାରୀ ତାମିଲନାଡୁର ସୁଲୁର ଗସ୍ତ କରିଥିଲେ। ସେଠାରୁ ବାହାରି Mi17V5 ହେଲିକପ୍ଟର ଯୋଗ ୱେଲିଂଟନ ଅଭିମୁଖେ ଯିବାବେଳେ ବାଟରେ ନୀଳଗିରି ଅଞ୍ଚଳରେ Mi17V5 ହେଲିକପ୍ଟର କ୍ରାସ ହୋଇଥିଲା ।

କ୍ରାସ ହୋଇଥିବା Mi17V5 ହେଲିକପ୍ଟର ପାଇଲଟ ଥିଲେ ଭାରତୀୟ ବାୟୁସେନାର ଗ୍ରୃପ କ୍ୟାପଟେନ ବରୁଣ ସିଂ ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇଛି । ସେ ୨୦୨୦ ସ୍ବାଧୀନତା ଦିବସରେ ଶୌର୍ଯ୍ୟଚକ୍ର ସମ୍ମାନିତ ହୋଇଛନ୍ତି ।

ସେ ଏଲସିଏ ତେଜସ (Light combat aircraft Tejas) ଫାଇଟର ଏୟାରକ୍ରାଫ୍ଟ ଚଳାଇବାରେ ଅଭିଜ୍ଞତା ରହିଛି । ଏହା ସହ ଜରୁରୀ ଅବତରଣ ପାଇଁ ପାଇଲଟ ଦକ୍ଷତା ଏବଂ କୌଶଳ ରହିଛି । ତାଙ୍କୁ ତେଜସ ହିରୋ କୁହାଯାଏ । ମଝିଆକାଶରେ ଏକ ନିଶ୍ଚିତ ଦୁର୍ଘଟଣାରୁ ତେଜସକୁ ସଫଳତାର ସହିତ ସେଭ କରି ଲ୍ୟାଣ୍ଡିଂ କରିଥିଲେ । ଏଥିପାଇଁ ତାଙ୍କୁ ଶୌର୍ଯ୍ୟଚକ୍ର ମିଳିଥିଲା ।

Mi17V5 ହେଲିକପ୍ଟର କ୍ରାସ ଘଟଣାକୁ ନେଇ ଭାରତୀୟ ବାୟୁସେନା ଦୁଃଖ ପ୍ରକାଶ କରିଛନ୍ତି । ଦେଶ ଆଜି ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ହରାଇଛନ୍ତି । ଏହାସହ ତାଙ୍କ ପତ୍ନୀ ଓ ଅନ୍ୟ ସେନା ଅଧିକାରୀ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ସମସ୍ତ ନେତା ଦୁଃଖ ପ୍ରକାଶ କରିଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details