ଓଡିଶା

odisha

ETV Bharat / bharat

ବନ୍ୟା ବେଳେ ବିବାହ ନିଶା, ଡଙ୍ଗାରେ ବରଯାତ୍ରୀ ନେଇ କନ୍ୟା ଘରକୁ ଗଲା ବର

ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ଦେଶ ଛାଡିବା ଜାରି ରହିଥିବା ବେଳେ ଏପଟେ ବନ୍ୟାର ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଜର ମାଞ୍ଝା ବ୍ଲକର ନିମୁୟାଁ ଗ୍ରାମରେ । ଅଧିକ ପଢନ୍ତୁ...

By

Published : Jun 20, 2021, 12:58 PM IST

ବନ୍ୟା ବେଳେ ବିବାହ ନିଶା, ଡଙ୍ଗାରେ ବାରାତି ଧରି ବାହା ହେବାକୁ ଗଲା ବର
ବନ୍ୟା ବେଳେ ବିବାହ ନିଶା, ଡଙ୍ଗାରେ ବାରାତି ଧରି ବାହା ହେବାକୁ ଗଲା ବର

ପାଟନା: ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ଦେଶ ଛାଡିବା ଜାରି ରହିଥିବା ବେଳେ ଅନ୍ୟପଟେ ବନ୍ୟା ଯୋଗୁଁ ଅନେକ ଲୋକଙ୍କ ବିବାହ ମଧ୍ୟ ପ୍ରଭାବିତ ହୋଇଛି। ଆଉ ଏହା ଉପରେ କୋରୋନା ମାଡ଼ । ଏଭଳି ସ୍ଥିତିରେ ମଧ୍ୟ ଲୋକମାନେ ନିଜ ଖୁସିକୁ କମ କରିବାକୁ ଚାହୁଁନାହାନ୍ତି । ବନ୍ୟାର ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଜର ମାଞ୍ଝା ବ୍ଲକର ନିମୁୟାଁ ଗ୍ରାମରେ ।

ବନ୍ୟା ବେଳେ ବିବାହ ନିଶା, ଡଙ୍ଗାରେ ବାରାତି ଧରି ବାହା ହେବାକୁ ଗଲା ବର

ଏହି ବିବାହ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାମୁତାବକ, ଯଦୁପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଭଗବାନପୁର ଗାଁର ରାମଭଚନ ଯାଦବଙ୍କ ପୁଅ ରାମକୁନୱାର ଯାଦବ ମାଞ୍ଜା ପୋଲିସ ଷ୍ଟେସନର ନିମୁୟାଁ ଗାଁର କହ୍ନେୟା ଯାଦବଙ୍କ ଝିଅ କୁମାରୀ କିରଣଙ୍କୁ ବିବାହ କରିବାର ଥିଲା।

ତେବେ ବିବାହ ଦିନ ଯେତେବେଳେ ବରଯାତ୍ରୀ ନେଇ ବର, କନ୍ୟା ଘରକୁ ବାହାରେ, ରାସ୍ତାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହାପରେ ବର ବାଧ୍ୟ ହୋଇ ଡଙ୍ଗା ସାହାଯ୍ୟରେ ବିବାହ କରିବାକୁ ଯାଇଥିଲା । ଏବଂ ବିବାହ ସମ୍ପନ୍ନ ହେବା ପରେ ଡଙ୍ଗା ସାହାଯ୍ୟରେ ହିଁ ବର କନ୍ୟାକୁ ଧରି ଘରକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details