ପାଟନା:ବିବାହ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ହେବା ଘଟଣା ପ୍ରାୟତଃ ଦେଖିବାକୁ ମିଳେ । କେବେ ଗଣ୍ଡୋଗଳ ତ କେବେ ଦୁଇ ପକ୍ଷ ମଧ୍ୟରେ ତିକ୍ତତା । ହେଲେ ବିହାରରେ ଭିନ୍ନ କିଛି ଘଟଣା ଦେଖିବାକୁ ମିଳିଛି ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । କନ୍ୟା ମଣ୍ଡପରେ ଅପେକ୍ଷା ମଧ୍ୟ କରିଥିଲା । ହେଲେ ବିବାହ ମଣ୍ଡପରେ ପହଞ୍ଚିବାକୁ ଭୁଲିଗଲା ବର । ଏପରି ଏକ ଅଭାବନୀୟ ଘଟଣା ବିହାର ଭାଗଲପୁରରେ ଦେଖିବାକୁ ମିଳିଛି । ବର ନପହଞ୍ଚିବାରୁ ବିବାହ କାର୍ଯ୍ୟକୁ ବନ୍ଦ ରଖିବାକୁ ପଡିଛି । ହେଲେ ବର ବିବାହରେ ନପହଞ୍ଚିବାର କାରଣ ମଧ୍ୟ ଆପଣକୁ ଆଶ୍ଚର୍ଯ୍ୟ କରିବ ।
ସୂଚନା ଅନୁସାରେ, ଭାଗଲପୁର ସୁଲତାନଗଞ୍ଜର ଏରିଆର ଏକ ଗ୍ରାମରେ ଏହି ବିବାହ ଅନୁଷ୍ଠିତ ହେଉଥିଲା । ସ୍ଥାନୀୟ ଏକ ଗ୍ରାମରୁ ବର ବାହାରି ମଣ୍ଡପରେ ପହଞ୍ଚିବାର ଥିଲା । ସେପଟେ କନ୍ୟାପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଥିଲା । ହେଲେ ବର ନିର୍ଦ୍ଧାରିତ ସମୟରେ ବିବାହ ମଣ୍ଡପରେ ପହଞ୍ଚିନଥିଲା । କାରଣ କିଛି ଥିଲା ଭିନ୍ନ । ନିଜେ ବାହାଘରରେ ବର ମଦ୍ୟପାନ କରିଥିବା କାରଣରୁ ଏପରି ଅଭାନୀୟ ଘଟଣା ଘଟିଥିଲା । ବହୁ ବିଳମ୍ବରେ ବରଯାତ୍ରୀ ସହ ବର ପହଞ୍ଚିବା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା । ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।