ଓଡିଶା

odisha

ETV Bharat / bharat

ଯୌତୁକରେ ମିଳିଲାନି BMW କାର, ଏୟାରପୋର୍ଟରୁ ଡକ୍ଟର ପତ୍ନୀଙ୍କୁ ଛାଡ଼ି ସ୍ବାମୀ ଫେରାର - ଲୋଭୀ ବର

ଯୌତୁକରେ BMW କାର ନ ମିଳିବାରୁ ବିବାହ ପରେ ଡାକ୍ତର ସ୍ତ୍ରୀକୁ ଛାଡ଼ି ଚମ୍ପଟ ମାରିଲା ବର । ଜାଣନ୍ତୁ କେଉଁଠି ଘଟିଛି ଏହି ଅଭାନୀୟ ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 9, 2023, 9:12 PM IST

ଯୌତୁକରେ ମିଳିଲାନି BMW କାର, ଏୟାରପୋର୍ଟରୁ ଡକ୍ଟର ପତ୍ନୀଙ୍କୁ ଛାଡ଼ି ସ୍ବାମୀ ଫେରାର

ଚଣ୍ଡିଗଡ଼:କୁହାଯାଏ ବିବାହ ଏକ ଅତୁଟ ବନ୍ଧନ । ବିବାହ ପରେ ପତିପତ୍ନୀ ସାତ ଜନ୍ମର ସାଥୀ ହୁଅନ୍ତି । ହେଲେ ଏଠାରେ ଗୋଟିଏ ଜନ୍ମରେ ମଧ୍ୟ ସାଥୀରେ ରହିଲାନି ସ୍ବାମୀ । ଯୌତୁକରେ କନ୍ୟା ପକ୍ଷରୁ BMW କାର ନଦେବାରୁ ଡାକ୍ତର ପତ୍ନୀକୁ ଗୋଆ ଏୟାରପୋର୍ଟରେ ଛାଡ଼ି ଚମ୍ପଟ ମାରିଲା ସ୍ବାମୀ । ଏହି ଯୁବକ ଜଣକ ହରିୟାଣା ଫରିଦାବାଦ ଅଞ୍ଚଳର ଅଧିବାସୀ ବୋଲି ଜଣାପଡ଼ିଛି । ଏହାପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଫରିଦାବାଦ ସେକ୍ଟର-୯ରେ ରହୁଥିବା ବୃତ୍ତିରେ ଡାକ୍ତରାଣୀ ଥିବା ଯୁବତୀ ଜଣକ ମାଟ୍ରିମୋନିଆଲ ଦେଖି ଉକ୍ତ ଯୁବକଙ୍କୁ ବିବାହ କରିଥିଲେ । ଅଭିଯୁକ୍ତ ଯୁବକ ଅବିର କାର୍ତ୍ତିକେୟ ନେପାଳର ଏକ ବିଶ୍ବବିଦ୍ୟାଳୟରେ ଡାକ୍ତରୀ ପାଠ ପଢୁଥିବା ଜଣାପଡ଼ିଛି । ଅନ୍ୟପଟେ ଅବିର ପିତାମାତା ଆଭା ଗୁପ୍ତା ଓ ଅରବିନ୍ଦ ଗୁପ୍ତା ମଧ୍ୟ ବୃତ୍ତିର ଡାକ୍ତର ହୋଇଥିବା ବେଳେ ସେମାନେ ନିଜର ଏକ ହସ୍ପିଟାଲ ପରିଚାଳନା କରିଥାନ୍ତି । ଗତ ଜାନୁଆରୀ ୨୬ ତାରିଖ ରାତିରେ ଗୋଆରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ଯୌତୁକ ଲୋଭୀ ବର କନ୍ୟା ପକ୍ଷକୁ BMW କାର ମାଗିଥିଲା ।

ଏହା ବି ପଢନ୍ତୁ- INS Vikrant: ଲାଗିଲା 1961ର ଘଣ୍ଟି, ପ୍ରଥମ ବିକ୍ରାନ୍ତରେ ହୋଇଥିଲା ଇନଷ୍ଟଲ

ଯୁବତୀଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ ବିବାହର ଠିକ ଗୋଟିଏ ଦିନ ପୂର୍ବରୁ ଅଭିଯୁକ୍ତ ଅବିରର ପିତାମାତା ୨୫ ଲକ୍ଷ ଟଙ୍କା ମାଗିଥିଲେ । ଆଉ କନ୍ୟାର ପିତା ଉକ୍ତ ଅର୍ଥ ଦେଇଥିଲେ । ଗୋଆର ଏକ ବ୍ୟୟବହୁଳ ହୋଟେଲରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପରେ ବର ପକ୍ଷ ବିଏମଡବ୍ଲ୍ୟୁ କାର ମାଗିଥିଲେ । ହେଲେ ସ୍ଥିତି ସମ୍ଭାଳି କନ୍ୟା ପକ୍ଷ ଝିଅକୁ ବିଦା କରିଥିଲେ । ଏହାପରେ ଅବିର ନବବଧୂକୁ ଏୟାରପୋର୍ଟରେ ଛାଡ଼ି ଚମ୍ପଟ ମାରିବା ସହ ନିଜ ମୋବାଇଲକୁ ବନ୍ଦ ରଖିଥିଲା । ଅବିର ମା' ମଧ୍ୟ ନବବଧୂଠାରୁ ସୁନା ଅଳଙ୍କାର ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ ।

ଏ ନେଇ ଯୁବତୀ ଜଣକ ପରିବାରକୁ ଜଣାଇଥିଲେ । ଏୟାରପୋର୍ଟରେ ପରିବାରର କିଛି ସଦସ୍ୟ ପହଞ୍ଚି ଅବିରକୁ ଖୋଜିଥିଲେ । ସିସିଟିଭି ଯାଞ୍ଚ ବେଳେ ସେ ଫେରାର ହେଉଥିବା ବେଳେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ ପରିବାର । ଏହାପରେ ପୋଲିସକୁ ଜିମା ଦେଇଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ଅବିର ଓ ତା' ମାତାପିତାଙ୍କ ବିରୋଧରେ ଆଇପିସି ଧାରା ୩୨୩, ୧୨୦ବି, ୩୭୭, ୩୭୯ଏ, ୪୯୮ଏ, ୪୦୬, ୫୦୬, ୫୧୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details