ସାନ ଫ୍ରାନ୍ସିକୋ: ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରରେ ଏବେ ଟିକ୍ ମାର୍କକୁ ନେଇ ଚର୍ଚ୍ଚା (Twitter Tick Mark) । ଟ୍ବିଟର ଏବେ ୟୁଜର୍ସଙ୍କ ପାଇଁ ଏକ ନୂଆ ସେବା ଆଣିଛି । ଅପଡେଟେଡ ଭେରିଫିକେସନ ସବସ୍କ୍ରିପସନ ପ୍ରୋଗ୍ରାମ ଲଞ୍ଚ କରିଛି ଟ୍ବିଟର (Updated Verification Subscription Program of Twitter) । ଏକ ନିର୍ଦ୍ଦିଷ୍ଟ କାଟେଗୋରୀ ଅନୁସାରେ ଆକାଉଣ୍ଟଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗର ଚେକମାର୍କ୍ସ ଦେବ ଟ୍ବିଟର । ଏହା ବ୍ଲୁ, ଗ୍ରେ ଓ ଗୋଲ୍ଡ ରଙ୍ଗର ରହିଛି । ଅନେକ ଟ୍ବିଟର ଆକାଉଣ୍ଟ ଯାହାକି ପୂର୍ବରୁ ବ୍ଲୁ ରଙ୍ଗରେ ଦେଖିବାକୁ ମିଳିଥିଲା, ତାହା ଏବେ ଗୋଲ୍ଡ ରଙ୍ଗର ଦେଖିବାକୁ ମିଳୁଛି । ଆଜିଠୁ ବିଭିନ୍ନ ଦେଶର ସରକାରଙ୍କ ଟ୍ବିଟର ଆକାଉଣ୍ଟ ଗ୍ରେ ରଙ୍ଗରେ ଦେଖିବାକୁ ମିଳିଛି ।
ଏହି ଭିନ୍ନ ଭିନ୍ନ ରଙ୍ଗର ଚେକ୍ମାର୍କ୍ସ ବ୍ୟବସାୟ, ବ୍ୟକ୍ତିଗତ ଓ ସରକାରଙ୍କ ଆକାଉଣ୍ଟ ଲାଗି ରହିଛି । ଏହି ନୂଆ ସେବା ଆରମ୍ଭ କରିବା ଲାଗି ଟ୍ବିଟର ଭେରିଫିକେସନ ପ୍ରକ୍ରିୟାରେ କିଛି ଦିନ ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା । ତେବେ ଆଜିଠୁ ବିଭିନ୍ନ ଦେଶର ସରକାରଙ୍କ ଟ୍ବିଟର ଆକାଉଣ୍ଟରୁ ଏହା କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଶି ସୁନକଙ୍କ ଟ୍ବିଟର ଆକାଉଣ୍ଟରେ ଚେକ୍ମାର୍କର ରଙ୍ଗ ଗ୍ରେ ରହିଛି । ରାଷ୍ଟ୍ରର ଏମାନେ ପ୍ରମୁଖ ନେତା ତଥା ସରକାର ଥିବାରୁ ସେମାନଙ୍କ ଆକାଉଣ୍ଟର ଚେକ୍ମାର୍କ ରଙ୍ଗ ଗ୍ରେ ରହିଛି ।
କିଏ ପାଇବ କେଉଁ ରଙ୍ଗ ?
- ଗୋଲ୍ଡ ଟିକ୍ ବା ସୁନେଲି ରଙ୍ଗର ଚେକ୍ମାର୍କ କମ୍ପାନୀ ବା ଅଫିସିଆଲ ବ୍ୟବସାୟ କରୁଥିବା ଆକାଉଣ୍ଟକୁ ମିଳିବ ।
- ଗ୍ରେ ରଙ୍ଗର ଚେକ୍ମାର୍କ ସରକାରୀ ଆକାଉଣ୍ଟ, ସରକାର ଓ ଆଫିଲିଏଟେଡ ଆକାଉଣ୍ଟକୁ ମିଳିବ ।
- ସେହିପରି ବ୍ଲୁ ଟିକମାର୍କ ବ୍ୟକ୍ତିଗତ ଆକାଉଣ୍ଟକୁ ମିଳିବ ।