ଶ୍ରୀନଗର:କେନ୍ଦ୍ରୀୟ କାଶ୍ମୀରର ଅମିରା କାଦଲରେ ଗ୍ରେନେଡ ମାଡ ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏହି ଘଟଣାରେ ୨୪ ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତ ରବିବାର ଅପରାହ୍ନରେ ଅମିରା କାଦଲ ଅଞ୍ଚଳରେ ଥିବା ଏକ ମାର୍କେଟରେ ବିସ୍ଫୋରଣ ଘଟିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲା ଆଜି ଏହି ସଂଖ୍ୟା ବୃଦ୍ଧି ହୋଇଛି । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।