ନୂଆଦିଲ୍ଲୀ : ମଙ୍ଗଳବାର ଦିନ ରାଷ୍ଟ୍ର 72 ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଶୁଭେଚ୍ଛାରେ ପୁତିନ କହିଛନ୍ତି ଯେ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ଏଜେଣ୍ଡା ଉପରେ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ କରିବାରେ ଭାରତ ଏକ ପ୍ରମୁଖ ତଥା ଗଠନମୂଳକ ଭୂମିକା ଗ୍ରହଣ କରୁଛି ବୋଲି କହିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି ପୁତିନ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସାଧାରଣତନ୍ତ୍ର ଦିବସରେ ଋଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା - ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ମଙ୍ଗଳବାର ଦିନ ରାଷ୍ଟ୍ର 72 ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁଭେଚ୍ଛା ଜଣାଇଛନ୍ତି । ପଢନ୍ତୁ ଅଧିକ.....
ସାଧାରଣତନ୍ତ୍ର ଦିବସରେ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ପୁଟିନ କହିଛନ୍ତି ଯେ ଭାରତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଋଷ ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀ ସମ୍ପର୍କକୁ ମଧ୍ୟ ଗୁରୁତ୍ବ ଦେଇଥାଏ। ଦୁଇ ଦେଶ ପରସ୍ପର ସହଭାଗିତାରେ ବିଭିନ୍ନ କାମ ହାତକୁ ନେଇଛନ୍ତି । ସେହିପରି ଆଗାମୀ ଦିନରେ ମଧ୍ୟ ଭାରତ-ଋଷ ସମ୍ପର୍କରେ ଆହୁରି ଦୃଢତା ଆସିବା ନେଇ ପୁତିନ ଆଶାବ୍ୟକ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ