ଓଡିଶା

odisha

ETV Bharat / bharat

ଦେଶର ସମସ୍ତ ଡାକ୍ତରଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଡାକ୍ତର ଦିବସରେ ଦେଶର ସମସ୍ତ ଡାକ୍ତରଙ୍କୁ ଶୁଭେଚ୍ଛା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ର୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

By

Published : Jul 1, 2021, 8:49 AM IST

Updated : Jul 1, 2021, 8:55 AM IST

ଡାକ୍ତରଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଡାକ୍ତରଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଡାକ୍ତରଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଡାକ୍ତର ଦିବସରେ ଦେଶର ସମସ୍ତ ଡାକ୍ତରଙ୍କୁ ଶୁଭେଚ୍ଛା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ର୍ରପତି ଭେଙ୍କେୟା ନାଇଡୁ ।

ନିଜ ଦକ୍ଷତାର ସହ ରୋଗୀଙ୍କୁ ଚିକିତ୍ସା କରିବାରେ ଡାକ୍ତରଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସଲାମ । କୋରୋନା ମହାମାରୀ ସମୟରେ ସେମାନଙ୍କ ସେବା କର୍ତ୍ତବ୍ୟ ବାହାରେ । ନିଜ ଜୀବନକୁ ବିପଦରେ ପକାଇ ଆମ ଜୀବନ ପାଇଁ ସେମାନଙ୍କ ନିସ୍ବାର୍ଥପର ସେବା ପାଇଁ ଆମେ ଋଣି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ମହାମାରୀ ସମୟରେ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀ ସମାଜର ସ୍ବାସ୍ଥ୍ୟ ସୁନିଶ୍ଚତ କବିବା ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । ଡାକ୍ତର ଦିବସ ଅବସରରେ ସସସ୍ତ ଡାକ୍ତରଙ୍କ ପ୍ରୟାସ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ର୍ରପତି ଭେଙ୍କେୟା ନାଇଡୁ ।

ସେ ଆହୁରି କହିଛନ୍ତି କୋରୋନା କାଳରେ ମାନବ ସେବା ପାଇଁ ଅନେକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ସମାଜର ଦାୟିତ୍ବ ବୋଲି ଟ୍ବିଟ କରି କହିଛନ୍ତି ଉପରାଷ୍ଟ୍ର୍ରପତି ।

ଡାକ୍ତର ହେବା ମାନବଜାତିର ସେବା କରିବା ପାଇଁ ଏକ ପ୍ରତିଶୃତି । ଜାତୀୟ ଡାକ୍ତର ଦିବସରେ, ଆମେ ଆମର ସାହସୀ ଡାକ୍ତରଙ୍କ ବୀରତ୍ୱର ପ୍ରୟାସକୁ ଅଭିବାଦନ ଜଣାଉଛୁ, ଯେଉଁମାନେ ଅସୁବିଧାକୁ ଖାତିର ନକରି ମାନବ ସେବା କରିବାକୁ କୌଣସି ପଥ ଛାଡି ନାହାଁନ୍ତି । ସମାଜ ପାଇଁ ସେମାନଙ୍କ ନିସ୍ବାର୍ଥପର ସେବା ପାଇଁ ଆମେ ଆମ ଜୀବନ ଫେରି ପାଇଛୁ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 1, 2021, 8:55 AM IST

ABOUT THE AUTHOR

...view details