ଓଡିଶା

odisha

ETV Bharat / bharat

PM Modi on World Radio Day: ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଯୋଗାଯୋଗର ମହାନ ମାଧ୍ୟମ

ବିଶ୍ବ ରେଡିଓ ଦିବସରେ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଆଜିି ବି ରେଡିଓ ଯୋଗାଯୋଗର ମହାନ ମାଧ୍ୟମ । ସମାଜରେ ସବୁବେଳେ ସକରାତ୍ମକ ଭାବନା ପ୍ରସାର କରିଆସିଛି । ଅଧିକ ପଢନ୍ତୁ

PM Modi on World Radio Day: ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଯୋଗାଯୋଗର ମହାନ ମାଧ୍ୟମ
PM Modi on World Radio Day: ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଯୋଗାଯୋଗର ମହାନ ମାଧ୍ୟମ

By

Published : Feb 13, 2022, 8:48 PM IST

ନୂଆଦିଲ୍ଲୀ:ଆଜି ବିଶ୍ବ ରେଡିଓ ଦିବସରେ ରେଡିଓ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓ ଏବେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗର ଏକ ପ୍ରମୁଖ ଏବଂ ମହାନ ମାଧ୍ୟମ ହୋଇ ରହିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୦୧୨ ମସିହା ଆଜିର ଦିନକୁ ଜାତିସଙ୍ଘ ସାଧାରଣ ପରିଷଦ ବିଶ୍ବ ରେଡିଓ ଦିବସ ଭାବେ ଘୋଷଣା କରିଥିଲା । ସେବେଠାରୁ ଫେବୃଆରୀ ୧୩ ତାରିଖକୁ ବିଶ୍ବବ୍ୟାପୀ ‘ବିଶ୍ବ ରେଡିଓ ଦିବସ’ ଭାବେ ପାଳନ କରାଯାଇ ଆସୁଛି । ଭାରତରେ ମଧ୍ୟ ରେଡିଓ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଖୁବ ବେଶୀ । ତେଣୁ ଏଠାରେ ମଧ୍ୟ ରେଡିଓକୁ ନେଇ ଲୋକଙ୍କ ମଧ୍ୟକେ ବେସ ଉତ୍ସୁକତା ଦେଖିବାକୁ ମିଳେ । ବର୍ତ୍ତମାନ ରେଡିଓର ବ୍ୟବହାର ପ୍ରାୟତଃ ବନ୍ଦ ହୋଇସାରିଥିବା ବେଳେ ସଂଗ୍ରହାଳୟରେ ଏକାଧିକ ପ୍ରକାରର ରେଡିଓ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯାତ୍ରା ହେଉକି ଅନ୍ୟାନ୍ୟ ସମୟରେ ରେଡିଓ ସର୍ବଦା ଲୋକଙ୍କ ସହଯୋଗୀ ଭାବେ ରହିଆସିଛି । ପ୍ରତ୍ୟେକ ପ୍ରତିକୂଳ ପରିବେଶରେ ଲୋକଙ୍କୁ ଉନ୍ନତ ସୂଚନା ପ୍ରଦାନ ଓ ଯୋଗାଯୋଗର ମାଧ୍ୟମ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ବର୍ତ୍ତମାନ ମଧ୍ୟ ମନ କି ବାତରେ ଦେଶବାସୀଙ୍କୁ ସିଧା ସମ୍ବାଦ କରିଥାନ୍ତି । ସେହି ଅଭିଜ୍ଞତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଶୁଭେଚ୍ଛା ବାର୍ତ୍ତାରେ ମଧ୍ୟ ମନେ ପକାଇଛନ୍ତି ।

ରେଡିଓ ସମାଜରେ ଏକ ସକରାତ୍ମକ ପ୍ରଭାବ ଆଣିବାରେ ବେସ ପ୍ରଭାବୀ ଭାବେ କାର୍ଯ୍ୟ କରିଆସୁଛି । ଆଜିର ପରିବର୍ତ୍ତନରେ ମଧ୍ୟ ରେଡିଓ ତାର ଗୁରୁତ୍ବ ବଜାୟ ରଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details