ଓଡିଶା

odisha

ETV Bharat / bharat

ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରସ୍ତ ପାଇଁ ମିଳିବ ୱାନ ଟାଇମ ୱିଣ୍ଡୋ ସୁବିଧା - କେନ୍ଦ୍ର କ୍ୟାବିନେଟ ନିଷ୍ପତି.

୨୦୧୪ ରେ ସୁପ୍ରିମକୋର୍ଟ କୋଇଲା ଖଣି ନିଲାମକୁ ରଦ୍ଦ କରିଦେବା ପରେ ତାପଜ ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ କ୍ଷେତ୍ରରେ ତତ୍କାଳ ବ୍ୟବଧାନ ଦେଖା ଦେଇଥିଲା। ଏହାର ନିରାକରଣ ନିମନ୍ତେ ସରକାର ଆବଣ୍ଟନ ଜରିଆରେ ରାଜ୍ୟ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ଅନେକ ଗୁଡିଏ ରଦ୍ଦ କରାଯାଇଥିବା କୋଇଲା ଖଣି ଆବଣ୍ଟନ କରିଥିଲେ । ରାଜ୍ୟ/କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ଦ୍ବାରା ଦେୟ ରାଜସ୍ବର ଭାଗ, ଟନ ପିଛା ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ । ଅଧିକ ପଢନ୍ତୁ

Union Cabinet
Union Cabinet

By

Published : Apr 9, 2022, 5:34 PM IST

ନୂଆଦିଲ୍ଲୀ: ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରାଇବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ୱାନ ଟାଇମ ୱିଣ୍ଡୋ (one-time window) ସୁବିଧା ପ୍ରଦାନ କରାଯିବ । ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବା ଯେକୌଣସି କୋଇଲା ଖଣି ଫେରାଇଲେ ସରକାରୀ କମ୍ପାନୀ ଗୁଡିକର ବ୍ୟାଙ୍କ ଗ୍ୟାରେଣ୍ଟି ଜବତ କରାଯିବ ନାହିଁ । କେବଳ ସେତିକି ନୁହେଁ ସେମାନଙ୍କୁ ଏହାର କୌଣସି କାରଣ ମଧ୍ୟ ଦର୍ଶାଇବାକୁ ପଡିବ ନାହିଁ ।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (Cabinet Committee on Economic Affairs) ର ମଞ୍ଜୁରୀ ମିଳିଛି ।

ଏହି ନିଷ୍ପତ୍ତି ଫଳରେ ବହୁସଂଖ୍ୟକ କୋଇଲା ଖଣି ସରକାର ପୁଣିଥରେ ଫେରି ପାଇବେ । ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏସବୁ କୋଇଲା ଖଣିର ଆବଣ୍ଟନ ପାଇଛନ୍ତି ଯଦି ସେମାନେ ଏହାର ପରିଚାଳନା କରିବା ଭଳି ସ୍ଥିତିରେ ନାହାନ୍ତି କିମ୍ବା ଏହି କାର୍ଯ୍ୟରେ ସେମାନଙ୍କର କୌଣସି ଆଗ୍ରହ ନାହିଁ ତା’ହେଲେ ସେମାନେ ସରକାରଙ୍କ ଖଣି ଫେରାଇ ପାରିବେ ।

ଏହାପରେ ସରକାର ବର୍ତ୍ତମାନର ନୀଲାମୀ ନୀତି ଅନୁସାରେ ଏସବୁ କୋଇଲା ଖଣି ନିଲାମ କରିପାରିବେ । ଖଣି ଆବଣ୍ଟନ ପାଇଥିବା ସରକାରୀ କମ୍ପାନୀମାନଙ୍କୁ ଖଣି ଫେରାଇବା ଲାଗି ମଞ୍ଜୁରି ନୀତି ପ୍ରକାଶିତ ହେବା ତାରିଖ ଠାରୁ ତିନି ମାସ ମଧ୍ୟରେ କୋଇଲା ଖଣି ଫେରାଇବାକୁ ସମୟ ଦିଆଯିବ ।

୨୦୧୪ ରେ ସୁପ୍ରିମକୋର୍ଟ କୋଇଲା ଖଣି ନିଲାମକୁ ରଦ୍ଦ କରିଦେବା ପରେ, ତାପଜ ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ କ୍ଷେତ୍ରରେ ତତ୍କାଳ ବ୍ୟବଧାନ ଦେଖା ଦେଇଥିଲା। ଏହାର ନିରାକରଣ ନିମନ୍ତେ ସରକାର ଆବଣ୍ଟନ ଜରିଆରେ ରାଜ୍ୟ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ଅନେକ ଗୁଡିଏ ରଦ୍ଦ କରାଯାଇଥିବା କୋଇଲା ଖଣି ଆବଣ୍ଟନ କରିଥିଲେ । ରାଜ୍ୟ/କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ଦ୍ବାରା ଦେୟ ରାଜସ୍ବର ଭାଗ, ଟନ ପିଛା ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ । ଅନ୍ୟପଟେ ଘରୋଇ କ୍ଷେତ୍ରକୁ ଏଥିପାଇଁ ନିଲାମୀରେ ଭାଗ ନେବାକୁ ପଡିଥାଏ।

ଡିସେମ୍ବର-୨୦୨୧ ସୁଦ୍ଧା, ସରକାରୀ କମ୍ପାନୀମାନଙ୍କୁ ଆବଣ୍ଟିତ ୭୩ ଟି କୋଇଲା ଖଣି ମଧ୍ୟରୁ ୪୫ ଟି ଖଣି ଅଣ-କାର୍ଯ୍ୟକ୍ଷମ ଅବସ୍ଥାରେ ନିଷ୍କ୍ରିୟ ପଡିଛି । ୧୯ ଟି ଖଣି କ୍ଷେତ୍ରରେ ଖନନ କାର୍ଯ୍ୟ ଆରମ୍ଭ କରିବାର ନିର୍ଦ୍ଧାରିତ ତାରିଖ ବହୁ ପୂର୍ବରୁ ଶେଷ ହୋଇ ପାରିଛି । ଯଦି ନିଷ୍କ୍ରିୟ ଥିବା ଖଣି ଗୁଡିକ ପୁନଃ ଆବଣ୍ଟନ ସହ କାର୍ଯ୍ୟକ୍ଷମ ହୁଏ ତେବେ ରାଜସ୍ବ ସହ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

@IANS

ABOUT THE AUTHOR

...view details