ଲକ୍ଷ୍ନୌ:ପାଗଳଜେଜେର ନାରକୀୟ କାଣ୍ଡ । ନିଜ ପରିବାରେ ଦୁଇ ଜଣକୁ ହତ୍ୟା କରିଛି ନିଜ ରକ୍ତ ସମ୍ପର୍କିୟ ଜେଜେ । ୨ବର୍ଷର ନାତି କାନ୍ଦିବାରୁ ହତ୍ୟା କରିଛି ଜେଜେ ବାପା ।ଏଭଳି କି ଶିଶୁଟିର ମାଆକୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ ବାପା । ସୀତାପୁର ଜିଲ୍ଲାର ତାଲଗାଓଁ କୋଟୱାଲି ଅଞ୍ଚଳର ଦେଉରିଆ ଗାଁରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।ଘଟଣା ସ୍ଥଳରେ ଶୁଶୁଟିର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସଧୀନ ଅବସ୍ଥାରେ ମାଆର ପ୍ରଣା ଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକି ଗିରଫ କରିଛି ।ଅଭିଯୁକ୍ତ ଜେଜେ ବାପାର ମାନସିକ ଅବସ୍ଥା ଭଲ ନଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଯେଗ୍ୟ ଅକ୍ଷୟ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପରିବାର ସୀତାପୁର ଜିଲ୍ଲାର ଦେଉରିଆ ଗାଁରେ ରୁହନ୍ତି । ଅକ୍ଷୟ ଅନ୍ୟ ଏକ ସହରରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବାପା କମଟା ପ୍ରସାଦ, ସ୍ତ୍ରୀ ଶିଖା ଏବଂ ଦୁଇ ବର୍ଷର ଶିଶୁ ଆୟୁଷ୍ ଘରେ ରହୁଥିଲେ । ହେଲେ ଆଜି (ଶୁକ୍ରବାର)ସକାଳେ ଆୟୁଷ୍ କୌଣସି କରାଣରୁ କାନ୍ଦିବାରୁ ଜେଜେ ବାପା ଉତକ୍ଷୀପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।ଫଳରେ ଘଟଣା ସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଛି ।ଏହି ସମୟରେ ଶିଶୁଟିର ମାଆ ଶିଖା ଧଇଁ ଆସି ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଅଭୁଯୁକ୍ତ ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ....କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ