ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହି ଆନ୍ଦୋଳନ ଆଜି 26 ଦିନରେ ପହଞ୍ଚିଛି । ଆନ୍ଦୋଳନକୁ ତୀବ୍ର କରିବାକୁ ଆଜି ପୁଣି କୃଷକ ମାନେ ଉପବାସ କରିବେ ବୋଲି ସୂଚନା ମିଳିଛି ।
ସେହିପରି 25ରୁ 27 ତାରିଖ ଯାଏ ହରିୟାଣାର ସମସ୍ତ ରାଜପଥରେ ଟୋଲ ଫି ଛାଡ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ସେପଟେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦିନେ ଓ ଦୁଇଦିନ ମଧ୍ୟରେ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିପାରନ୍ତି ବୋଲି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଅନ୍ୟପଟେ କୃଷକ ଆନ୍ଦୋଳନ ସମୟରେ ପାଖାପାଖି 30 ଜଣ ଚାଷୀଙ୍କ ବିଭିନ୍ନ କାରଣରୁ ଜୀବନ ଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, କୃଷକଙ୍କ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଓ ବାଣିଜ୍ୟ ରାଷ୍ଟ୍ର ମନ୍ତ୍ରୀ ସୋମପ୍ରକାଶ ସଦସ୍ୟ ଅଛନ୍ତି ।