ଓଡିଶା

odisha

ETV Bharat / bharat

ଶୀଘ୍ର MSP ପାଇଁ ଘୋଷଣା ହେବ କମିଟି: ତୋମାର - କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଖବର

କୃଷିର ପ୍ରଗତି ଓ କୃଷକର ଉନ୍ନତି ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ । ଅନେକ ଦିନରୁ ଚାଷୀଙ୍କ ଏମଏସପି ନେଇ ହୋଇ ଆସୁଥିବା ଦାବି ଉପରେ ଏମିତି କିଛି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଅଧିକ ପଢନ୍ତୁ

ଶୀଘ୍ର MSP ପାଇଁ ଘୋଷଣା ହେବ କମିଟି
ଶୀଘ୍ର MSP ପାଇଁ ଘୋଷଣା ହେବ କମିଟି

By

Published : Feb 4, 2022, 10:04 PM IST

ନୂଆଦିଲ୍ଲୀ: ସରକାର ସବୁବେଳେ ଚାଷୀଙ୍କ ହିତରେ । କୃଷିର ପ୍ରଗତି ଓ କୃଷକର ଉନ୍ନତି ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ । ଅନେକ ଦିନରୁ ଚାଷୀଙ୍କ ଏମଏସପି ନେଇ ହୋଇ ଆସୁଥିବା ଦାବି ଉପରେ ଏମିତି କିଛି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ବିଧାନସଭା ନିର୍ବାଚନ ପରେ ଖୁବ ଶୀଘ୍ର ଏମଏସପି ପାଇଁ କମିଟି ଗଠନ ହେବ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଉଠିଥିବା ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ଦେଇଛନ୍ତି ନରେନ୍ଦ୍ର ସିଂହ ତୋମାର । ୫ ରାଜ୍ୟରେ ହେବାତୁ ଥିବା ବିଧାନସଭା ନିର୍ବାଚନ ପରେ ଏମଏସପି ଉପରେ କମିଟି ଗଠନ ନେଇ ନିର୍ବାଚନ ଆୟୋଗଙ୍କୁ ସରକାର ଚିଠି ଲେଖିଛନ୍ତି । ନିର୍ବାଚନ ପରେ କମିଟି ଗଠନ ନେଇ ଇସି ପରାମର୍ଶ ଦେଇଥିବା କହିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ଗତବର୍ଷ ନଭେମ୍ବରରେ ତିନି ବିବାଦୀୟ କୃଷି ଆଇନ ରଦ୍ଦ ପରେ କୃଷକଙ୍କ ଦାବି ଉପରେ କମିଟି ଗଠନ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଦେଶ ପ୍ରଧାନମନ୍ତ୍ରୀ ଜୈବିକ ଚାଷ, ଫସଲ ବିଭିତ୍ତିକରଣ, ଏମସପି ପ୍ରଭାବ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତି ବୋଲି କହିଛନ୍ତି ତୋମାର । ନିର୍ବାଚନ ପରେ ଶୀଘ୍ର କମିଟି ଗଠନ ହେବ ।

ପ୍ରକାଶ ଥାଉ କି ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୩ ଯାଏଁ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

@ANI

ABOUT THE AUTHOR

...view details