ଓଡିଶା

odisha

By

Published : May 18, 2021, 10:59 AM IST

ETV Bharat / bharat

କୋରୋନା ଯୋଗୁଁ ଚାରିଧାମ ଯାତ୍ରା ସ୍ଥଗିତ

ସ୍ଥଗିତ ରହିଲା ଚାରିଧାମ ଯାତ୍ରା । ଟ୍ବିଟ କରି ସୂଚନା ଦେବା ସହ ଭକ୍ତଙ୍କୁ ଘରେ ରହି ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋରୋନା ଯୋଗୁଁ ସ୍ଥଗିତ ରହିଲା ଚାରିଧାମ ଯାତ୍ରା
କୋରୋନା ଯୋଗୁଁ ସ୍ଥଗିତ ରହିଲା ଚାରିଧାମ ଯାତ୍ରା

ଡେରାଡୁନ:ସ୍ଥଗିତ ରହିଲା ଚାରିଧାମ ଯାତ୍ରା । ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ । ଏନେଇ ଆଜି ଟ୍ବିଟ କରି ସୂଚନା ଦେବା ସହ ଭକ୍ତଙ୍କୁ ଘରେ ରହି ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୋରୋନା ଯୋଗୁଁ ସ୍ଥଗିତ ରହିଲା ଚାରିଧାମ ଯାତ୍ରା

ସେ ଟ୍ବିଟ କରି କହିଛନ୍ତି ଯେ କୋଭିଡ-19 ମହାମାରୀ ହେତୁ ଚାରିଧାମ ଯାତ୍ରା ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି ଯେ ସମସ୍ତେ ଘରେ ରହି ଭଗବାନଙ୍କୁ ପ୍ରାର୍ଥନା କର । ତେବେ ମନ୍ଦିରରେ କେବଳ ରୀତିନୀତି ଅନୁଯାୟୀ ପୂଜା କରାଯିବ ଓ କୌଣସି ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ତରଫରୁ କୁହାଯାଉଛି ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋମବାର କେଦାରନାଥ ମନ୍ଦିର ଖୋଲିଛି । ରୀତିନୀତି ଅନୁଯାୟୀ ସକାଳ 5 ଟାରେ ମନ୍ଦିରର ଫାଟକ ଖୋଲା ଯାଇଥିବାବେଳେ ମେ 14 ରେ ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ମନ୍ଦିର ଖୋଲାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details