ଓଡିଶା

odisha

ETV Bharat / bharat

ବଦଳିଲା ରାଷ୍ଟ୍ରପତି ଭବନ ମୋଗଲ ଗାର୍ଡେନର ନାମ, ହେଲା ଅମୃତ ଉଦ୍ୟାନ - ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ

ବଦଳିଲା ମୋଗଲ ଗାର୍ଡେନର ନାମ । ଆଜିଠୁ ମୋଗଲ ଗାର୍ଡେନ ନାଁ ହେଲା ଅମୃତ ଉଦ୍ୟାନ । ରବିବାର ଉଦଘାଟନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Amrit Udyan
Amrit Udyan

By

Published : Jan 28, 2023, 5:32 PM IST

ନୂଆଦିଲ୍ଲୀ:ପରିବର୍ତ୍ତନ ହେଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ । ମୋଗଲ ଗାର୍ଡେନ ପରିବର୍ତ୍ତେ ଆଜିଠୁ ହେଲା ଅମୃତ ଉଦ୍ୟାନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି(ଶନିବାର) ଏହାର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ରସରକାର ଉକ୍ତ ନାମକୁ ନେଇ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସେକ୍ରେଟାରି ନାଭିକା ଗୁପ୍ତା କହିଛନ୍ତି, "ଦେଶ ସ୍ବାଧିନତାକୁ ୭୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହାର ଥିମ ଥିଲା ଆଜାଦି କା ଅମୃତ ମହୋତ୍ସବ । ଏହି ନାମ ଅନୁସାରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରି ଅମୃତ ଉଦ୍ୟାନ ରଖିଛନ୍ତି ।"

ପ୍ରକାଶଥାଉକି, ଆସନ୍ତାକାଲି(ରବିବାର) ଦିନ ଅମୃତ ଉଦ୍ୟାନର ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଆସନ୍ତା ୩୧ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ ।

ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ସୌନ୍ଦଯ୍ୟତା ପାଇଁ ଦେଶ ତଥା ଦେଶ ବାହାରେ ବେଶ ନାମ କମାଇଛି । ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି । ଏହି ବଗିଚାରେ ପ୍ରାୟ 10 ହଜାର ଟ୍ୟୁଲିପ ଫୁଲ, 138 ପ୍ରକାରର ଗୋଲାପ ଓ 70 ହଜାରର ବିଭିନ୍ନ କିସମର ଫୁଲ ଲୋକଙ୍କୁ ଆକର୍ଷିତ କରୁଛି । ପ୍ରଥମେ ଏହି ଗାର୍ଡେନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । ସେବେ ଠାରୁ ପ୍ରତିବର୍ଷ ବସନ୍ତ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି ଏହି ଗାର୍ଡେନ ।

ଏହା ମଧ୍ୟ ପଢନ୍ତୁ: ବିଶିଷ୍ଟ ଲେଖକ ଓ ରାଜନେତା ହୁସେନ ରବି ଗାନ୍ଧୀଙ୍କ ପରଲୋକ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରିଟିସ ଶାସନକାଳ ସମୟରେ ୧୫ ଏକର ବିଶିଷ୍ଟ ମୋଗଲ ଗାର୍ଡେନର ନିର୍ମାଣ କରାଯାଇଥିଲା । ମୋଗଲ ରାର୍ଡେନକୁ ରାଷ୍ଟ୍ରପତି ଭବନର ଆତ୍ମା ବୋଲି ମଧ୍ୟ କୁହାଯାଇଥାଏ । ଏହାସହ ଗାର୍ଡେନରେ ରହିଥିବା ସ୍ବତନ୍ତ୍ର ଗୋଲାପ ଫୁଲ ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଇଂରାଜୀ ବାସ୍ତୁକାର ସର୍ ଏଡୱାର୍ଡ ଲୁଟିନ୍ସ ଦ୍ବାରା ଏହା ନିର୍ମିତ ହୋଇଥିଲା । ମୋଗଲ ଗାର୍ଡେନକୁ ୧୨ଭାଗରେ ବିଭକ୍ତ କରାଯାଇଛି । ଏଥିରେ ରୋଜ୍ ଗାର୍ଡେନ୍ ସହିତ ବାୟୋ ଡାଇଭର୍ସିଟି ପାର୍କ, ହର୍ବାଲ୍ ଗାର୍ଡେନ୍, ପ୍ରଜାପତି, ମ୍ୟୁଜିକାଲ୍ ଫାଉଣ୍ଟେନ, ସଙ୍କେନ୍ ଗାର୍ଡେନ୍, କାକଟସ୍ ଗାର୍ଡେନ୍ ସହ ବାୟୋ ଫୁଲ ପାର୍କ ମଧ୍ୟ ରହିଛି । ଏହାସହ ତୁଲିପ, ମୋଗ୍ରା-ମୋଟିଆ, ରଜନୀଗନ୍ଧା, ବେଲା, ରାତ କି ରାନୀ, ଜୁହି, ଚମ୍ପା-ଚାମେଲି ପରି ଅନେକ ପ୍ରକାରର ଫୁଲ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ।

ABOUT THE AUTHOR

...view details