ଓଡିଶା

odisha

ETV Bharat / bharat

ଅମ୍ଲଜାନ ଅଭାବ, 17ଟି ଡାକ୍ତରୀ ଉପକରଣ ଆମଦାନୀକୁ ସରକାରଙ୍କ ଅନୁମତି - ଅମ୍ଲଜାନ ଅଭାବ

ଦେଶରେ କୋଭିଡ-19 ମହାମାରୀ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏମଧ୍ୟରେ ଗୁରୁତର ଚିକିତ୍ସା ଉପକରଣ ଆମଦାନୀ ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିଛନ୍ତି। ଅଧିକ ପଢନ୍ତୁ...

ଡାକ୍ତରୀ ଉପକରଣ ଆମଦାନୀ
ଡାକ୍ତରୀ ଉପକରଣ ଆମଦାନୀ

By

Published : Apr 29, 2021, 10:07 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ-19 ମହାମାରୀ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏମଧ୍ୟରେ ଗୁରୁତର ଚିକିତ୍ସା ଉପକରଣ ଆମଦାନୀ ପ୍ରକ୍ରିୟାକୁ ସରକାର ତ୍ବରାନ୍ବିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆବଶ୍ୟକ 17 ଟି ଡାକ୍ତରୀ ଉପକରଣ ଆମଦାନୀ କରିବାକୁ କେନ୍ଦ୍ର ସରକାର ଆମଦାନୀକାରୀଙ୍କୁ ଅନୁମତି ଦେଇଛନ୍ତି । କଷ୍ଟମ୍ କ୍ଲିୟରାନ୍ସ ଇମ୍ପୋର୍ଟ ଆଣ୍ଡ ଏକ୍ସପେଡାଇଟକୁ ସରକାରଙ୍କ ତରଫରୁ ରିଲିଫ୍ ଦିଆଯାଇଛି । ନୂତନ ବ୍ୟବସ୍ଥା ଅନୁଯାୟୀ ବାଧ୍ୟତାମୂଳକ କଷ୍ଟମ କ୍ଲିୟରାନ୍ସ ପରେ ଆମଦାନୀକାରୀ ଆମଦାନୀ କରିପାରିବେ । ଏହା ବ୍ୟତିତ ଅନ୍ୟାନ୍ୟ ପ୍ରକ୍ରିୟାକୁ ବାଦ୍ ଦିଆଯାଇଛି, ଏହା ଦ୍ବାରା ଶୀଘ୍ର ଚିକିତ୍ସା ଉପକରଣ ପହଞ୍ଚିପାରିବ ।

ବୁଧବାର ଗ୍ରାହକ ବ୍ୟାପାର ବିଭାଗ ଦ୍ବାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶ 3 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ନେବୁଲାଇଜର୍, ଅମ୍ଳଜାନ, CPAP ଏବଂ BIPAP ଉପକରଣ, ଭାକ୍ୟୁମ୍ ପ୍ରେସର ସ୍ବିଙ୍ଗ୍ ଆବସର୍ପସନ୍, ପ୍ରେସର ସ୍ବିଙ୍ଗ୍ ଆବସର୍ପସନ୍, ଅମ୍ଳଜାନ ପ୍ଲାଣ୍ଟ, କ୍ରାଓଜେନିକ୍ ଅମ୍ଳଜାନ ବାୟୁ ପୃଥକ ୟୁନିଟ୍ ଆମଦାନୀ ପାଇଁ ଏହି ଅନୁମତି ଦିଆଯାଇଛି ।

ଏମାନଙ୍କ ବ୍ୟତୀତ ଅମ୍ଳଜାନ କ୍ୟାଣ୍ଟର, ଅମ୍ଳଜାନ ଭରିବା ପ୍ରଣାଳୀ, କ୍ରାଓଜେନିକ୍ ସିଲିଣ୍ଡର, ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ଆମଦାନି ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଏବଂ ମେଡିକାଲ ଶିଳ୍ପରେ ଡାକ୍ତରୀ ଉପକରଣ ଗୁଡ଼ିକର ଚାହିଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ କହିଛି।

ABOUT THE AUTHOR

...view details