ନୂଆଦିଲ୍ଲୀ:ବଢିପାରେ କୋଭିଶିଲ୍ଡ ଟିକା ଡୋଜ୍ ନେବାର ବ୍ୟବଧାନ ଅବଧି । ଦି ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ (NTAGI) କୋଭିଶିଲ୍ଡ ଟିକା ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ 12-16 ସପ୍ତାହକୁ ବୃଦ୍ଧି କରିବାକୁ ସୁପାରିଶ କରିଛି ।
ଏହାସହ ଗର୍ଭବତୀ ମହିଳାମାନଙ୍କୁ ଯେକୌଣସି କୋଭିଡ-19 ଟିକା ନେବାକୁ ଅନୁମତି ଦେବା ପାଇଁ କୁହାଯାଇଛି । ଏପରିକି ପ୍ରସବ ପରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଯେକୌଣସି ସମୟରେ ଇନୋକ୍ୟୁସନ୍ କରାଯାଇପାରିବ । NTAGI ଏହା ମଧ୍ୟ କହିଛି ଯେ ଯେଉଁମାନଙ୍କର ଲାବ୍ରୋଟାରୀ ପରୀକ୍ଷାରେ SARS-CoV-2 ପ୍ରମାଣିତ ହୋଇଥିବ, ସେମାନେ ସୁସ୍ଥ ହେବାର 6 ମାସ ପରେ ଟିକା ନେବେ ।