ନୂଆଦିଲ୍ଲୀ: ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ମନା । 2ରୁ 17ବର୍ଷ ପିଲାଙ୍କ ଉପରେ କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟୟ ପରୀକ୍ଷା ନେଇ DCGIକୁ ଆବେଦନ କରିଥିଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । 10ଟି ସ୍ଥାନରେ 920 ପିଲାଙ୍କ ଉପରେ କୋଭାଭାକ୍ସର ପରୀକ୍ଷା ପାଇଁ ଅନୁମତି ମାଗିଥିଲା SII ।
SIIର ଆବେଦନ ଉପରେ ବିଚାର କରିଥିଲା କେନ୍ଦ୍ରୀୟ ଡ୍ରଗ୍ କର୍ତ୍ତୃପକ୍ଷଙ୍କ ଏକ ବିଶେଷଜ୍ଞ ଦଳ । ବିଚାର ବିମର୍ଷ ପରେ ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ଉପରେ ରୋକ ଲଗାଇଛି DCGI । କୌଣସି ଦେଶରେ ଏହି ଟିକା ଅନୁମୋଦନ ହୋଇନାହିଁ । ପ୍ରଥମେ ବୟସ୍କଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ପାଇଁ SIIକୁ ପରାମର୍ଶ ଦେଇଛି ଦେଇଛି DCGI ।