ଓଡିଶା

odisha

ETV Bharat / bharat

ନିଯୁକ୍ତି ଘୋଷଣା ନେଇ ରାହୁଲଙ୍କ ସମାଲୋଚନା, କହିଲେ ଏହା ସରକାରଙ୍କ ମହାଜୁମଲା

ଦେଢ ବର୍ଷରେ ମିଳିବ 10 ଲକ୍ଷ ଚାକିରି । ରାହୁଲ ଗାନ୍ଧି କହିଲେ ସରକାର ଜୁମଲା ନୁହନ୍ତି, ବରଂ ମହାଜୁମଲା । ଅଧିକ ପଢନ୍ତୁ

By

Published : Jun 14, 2022, 8:46 PM IST

ନିଯୁକ୍ତି ଘୋଷଣା ନେଇ ରାହୁଲଙ୍କ ସମାଲୋଚନା, କହିଲେ ସରକାର ଜୁମଲା ନୁହେଁ ମହାଜୁମଲା
ନିଯୁକ୍ତି ଘୋଷଣା ନେଇ ରାହୁଲଙ୍କ ସମାଲୋଚନା, କହିଲେ ସରକାର ଜୁମଲା ନୁହେଁ ମହାଜୁମଲା

ନୂଆଦିଲ୍ଲୀ:ଆଜି ନିଯୁକ୍ତି ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଗାମି ଦେଢ ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ କ୍ଷେତ୍ରରେ 10 ଲକ୍ଷ ଦେଶବାସୀ ନିଯୁକ୍ତି ପାଇବେ । ତେବେ ସରକାରଙ୍କ ଏପରି ଘୋଷଣାକୁ ନେଇ କଡା ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ଇଡି କାର୍ଯ୍ୟାଳୟରୁ ଜେରା ପରେ ଫେରିଥିବା ରାହୁଲ ଘୋଷଣା ନେଇ ସମାଲୋଚନାପୂର୍ଣ୍ଣ ଟ୍ବିଟ କରିଛନ୍ତି । ମୋଦି ସରକାର ଜୁମଲା ନୁହେଁ ବରଂ ମହାଜୁମଲା ବୋଲି ରାହୁଲ କହିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ଏକାଧିକ ବିଭାଗ ଓ ମନ୍ତ୍ରଣାଳୟ ସହ ଦେଢ ବର୍ଷ ମଧ୍ୟରେ ପ୍ରାୟ 10ଲକ୍ଷ ନିଯୁକ୍ତି ନେଇ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଶନ ମୋଡରେ ସାରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏକାଧିକ ବିଭାଗ ଓ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ସମେତ ଅନ୍ୟ କିଛି ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ପାଖାପାଖି 10 ଲକ୍ଷ ଲୋକଙ୍କୁ ନିଯୁ୍କ୍ତି ଯୋଗାଇବାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି ।

ତେବେ ରାହୁଲ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରି କହିଛନ୍ତି, ସରକାର କେବଳ ଜୁମଲା ନୁହନ୍ତି, ବରଂ ମହାଜୁମଲା । ନିଯୁକ୍ତି ସୃଷ୍ଟି କରିବା ନୁହେଁ ବରଂ ନିଯୁକ୍ତି ମିଳିବା ନେଇ ଖବର ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ଜଣେ ଏକ୍ସପର୍ଟ ବୋଲି ରାହୁଲ କହିଛନ୍ତି । ପୂର୍ବରୁ ମଧ୍ୟ 2କୋଟି ନିଯୁକ୍ତି ନେଇ ମୋଦି ସରକାରଙ୍କୁ କଂଗ୍ରେସ ସମାଲୋଚନା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details