ଓଡିଶା

odisha

ETV Bharat / bharat

Cabinet Decisions: CITIIS 2.0 କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି - Govt of India nods City Investments

କାର୍ଯ୍ୟକ୍ରମରେ ସହର ସ୍ତରରେ ସମନ୍ବିତ ବର୍ଜ୍ୟବସ୍ତୁ ପରିଚାଳନା, ରାଜ୍ୟ ସ୍ତରରେ ଜଳବାୟୁ ଭିତ୍ତିକ ସଂସ୍କାର କାର୍ଯ୍ୟ ଏବଂ ଜାତୀୟ ସ୍ତରରେ ଅନୁଷ୍ଠାନିକ ଦୃଢତା ଏବଂ ଜ୍ଞାନ ବିସ୍ତାର ଉପରେ ଧ୍ୟାନ ଦେଇ ବୃତ୍ତିଗତ ଅର୍ଥନୀତିକୁ ପ୍ରୋତ୍ସାହିତ କରୁଥିବା ପ୍ରତିଯୋଗିତାମୂଳକ ମନୋନୀତ ପ୍ରକଳ୍ପ ଗୁଡିକୁ ସହଯୋଗ କରିବାକୁ ଯୋଜନା କରାଯାଇଛି। ଅଧିକ ପଢନ୍ତୁ

CITIIS 2.0 କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
CITIIS 2.0 କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

By

Published : May 31, 2023, 10:24 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇନୋଭେଟ, ଇଣ୍ଟିଗ୍ରେଟ ଏବଂ ସଷ୍ଟେନ 2.0 (ସିଟିସ 2.0) ପାଇଁ ସହର ନିବେଶକୁ ମଞ୍ଜୁରି ପ୍ରଦାନ କରିଛି। ସିଟିସ 2.0 ହେଉଛି ଏକ କାର୍ଯ୍ୟକ୍ରମ ଯାହାକି ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଫ୍ରେଞ୍ଚ ଡେଭଲପମେଣ୍ଟ ଏଜେନ୍ସି , କ୍ରେଡିଟାନଷ୍ଟାଲ୍ଟ ଫୁର ୱିଡେରାଫବାଉ (କେଏଫଡବ୍ଲୁ), ୟୁରୋପୀୟ ୟୁନିଅନ (ଇୟୁ) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଅର୍ବାନ ଆଫେୟାର୍ସ (ଏନଆଇୟୁଏ) ଙ୍କ ସହଭାଗିତାରେ ଏକ କାର୍ଯ୍ୟକ୍ରମ ଅଟେ ) ଏହି କାର୍ଯ୍ୟକ୍ରମ ଚାରି ବର୍ଷ ପାଇଁ 2023 ରୁ 2027 ପର୍ଯ୍ୟନ୍ତ ଚାଲୁ ରହିବ।

ଏହାବି ପଢନ୍ତୁ- Cabinet Decisions: ସମବାୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ବିଶ୍ବର ବଡ ଅନ୍ନ ଭଣ୍ଡାର ଯୋଜନା

ଏହି କାର୍ଯ୍ୟକ୍ରମରେ ସହର ସ୍ତରରେ ସମନ୍ବିତ ବର୍ଜ୍ୟବସ୍ତୁ ପରିଚାଳନା, ରାଜ୍ୟ ସ୍ତରରେ ଜଳବାୟୁ ଭିତ୍ତିକ ସଂସ୍କାର କାର୍ଯ୍ୟ ଏବଂ ଜାତୀୟ ସ୍ତରରେ ଅନୁଷ୍ଠାନିକ ଦୃଢତା ଏବଂ ଜ୍ଞାନ ବିସ୍ତାର ଉପରେ ଧ୍ୟାନ ଦେଇ ବୃତ୍ତିଗତ ଅର୍ଥନୀତିକୁ ପ୍ରୋତ୍ସାହିତ କରୁଥିବା ପ୍ରତିଯୋଗିତାମୂଳକ ମନୋନୀତ ପ୍ରକଳ୍ପ ଗୁଡିକୁ ସହଯୋଗ କରିବାକୁ ଯୋଜନା କରାଯାଇଛି।

ସିଟିସ 2.0 ପାଇଁ ଏହି ପାଣ୍ଠିରେ ଏଏଫଡି ଏବଂ କେଏଫଡବ୍ଲୁ (ପ୍ରତ୍ୟେକ 100 ମିଲିୟନ ୟୁରୋ) ରୁ 1760 କୋଟି ଟଙ୍କା (200 ମିଲିୟନ ୟୁରୋ) ଏବଂ ଇୟୁ ରୁ 106 କୋଟି ଟଙ୍କା (12 ମିଲିୟନ ୟୁରୋ)ବୈଷୟିକ ସହାୟତା ଅନୁଦାନ ଅନ୍ତର୍ଭୂକ୍ତ ହେବ ।

ସିଟିସ 2.0 ଲକ୍ଷ୍ୟ, ସିଟିସ 1.0 ର ଶିକ୍ଷଣ ଏବଂ ସଫଳତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି | ସିଟିସ 1.0 ମିଳିତ ଭାବରେ 2018 ରେ ଏମଓଏଚୟୁଏ, ଏଏଫଡି, ଇୟୁ ଓ ଏନଆଇୟୁଏ ଦ୍ବାରା ଶୁଭାରମ୍ଭ କରାଯାଇଥିଲା, ଯାହାର ମୋଟ ଖର୍ଚ୍ଚ 933 କୋଟି (106 ମିଲିୟନ ୟୁରୋ) ଥିଲା। ସିଟିସ 1.0 ତିନୋଟି ଉପାଦାନକୁ ନେଇ ଗଠିତ ।

ଉପାଦାନ 1: 12 ସହର ସ୍ତରୀୟ ପ୍ରକଳ୍ପଗୁଡିକ ଏକ ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ୟମରେ ମନୋନୀତ।

ଉପାଦାନ 2: ଓଡିଶାରେ ଦକ୍ଷତା-ବିକାଶ କାର୍ଯ୍ୟକଳାପ କରିବା ।

ଉପାଦାନ 3 : ଏନଆଇୟୁଏ ଦ୍ବାରା କରାଯାଇଥିବା କାର୍ଯ୍ୟକଳାପ ମାଧ୍ୟମରେ ଜାତୀୟ ସ୍ତରରେ ସମନ୍ବିତ ସହରୀ ପରିଚାଳନାକୁ ପ୍ରୋତ୍ସାହିତ କରିବା, ଯାହାକି ସିଟିସ 1.0 ପାଇଁ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ ଥିଲା ।

ଘରୋଇ ବିଶେଷଜ୍ଞ, ଆନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ଟ୍ରାନ୍ସଭର୍ସାଲ ବିଶେଷଜ୍ଞଙ୍କ ମାଧ୍ୟମରେ ଏହି ତିନୋଟି ସ୍ତରରେ ବୈଷୟିକ ସହାୟତା ଉପଲବ୍ଧ କରାଯାଇଥିଲା। ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ନୀତି ଉପରେ ଆଧାର କରି ଏକ ଅନନ୍ୟ ଆହ୍ବାନ-ଚାଳିତ ଆର୍ଥିକ ମଡେଲ ମାଧ୍ୟମରେ ଅଭିନବ, ସମନ୍ବିତ ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶ ଅଭ୍ୟାସ ଗୁଡିକର ମୁଖ୍ୟ ସ୍ରୋତରେ ପରିଣତ ହୋଇଛି।

ସିଟିସ 2.0 ଏହାର ଚାଲୁଥିବା ଜାତୀୟ କାର୍ଯ୍ୟକ୍ରମ (ନ୍ୟାସନାଲ ମିଶନ ଅନ ସଷ୍ଟେନେବଲ ହାବିଟାଟ, ଅମୃତ 2.0, ସ୍ବଚ୍ଛ ଭାରତ ମିଶନ 2.0 ଏବଂ ସ୍ମାର୍ଟ ସିଟି ମିଶନ) ମାଧ୍ୟମରେ ଭାରତ ସରକାରଙ୍କ ଜଳବାୟୁ କାର୍ଯ୍ୟକୁ ସହଯୋଗ କରିବା ସହିତ ଭାରତର ଇଣ୍ଟେଡେଡ ନ୍ୟାସନାଲି ଡିଟରମିନଡି କଣ୍ଟ୍ରିବ୍ୟୁସନ ଓ କନଫରେନ୍ସ ଅଫ ପାର୍ଟିଜ (ସିଓପି 26) ରେ ସକରାତ୍ମକ ଯୋଗଦାନ ଦେବ ।

ABOUT THE AUTHOR

...view details