ଓଡିଶା

odisha

By

Published : Jul 26, 2021, 6:40 AM IST

ETV Bharat / bharat

କୃଷି ଆଇନ ରଦ୍ଦ ହେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ରବିବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର କୃଷକଙ୍କୁ ଲଗାତାର ଅପମାନ କରୁଛି । ଏହା ସହ ଏହି ଆଇନକୁ ରଦ୍ଧ କରାଯାଇଥିବା ଆବଶ୍ୟକ । ଅଧିକ ପଢନ୍ତୁ...

କୃଷକଙ୍କୁ ଅପମାନ କରୁଛନ୍ତି ସରକାର, କୃଷି ଆଇନ ରଦ୍ଦ ହେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ
କୃଷକଙ୍କୁ ଅପମାନ କରୁଛନ୍ତି ସରକାର, କୃଷି ଆଇନ ରଦ୍ଦ ହେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରୀ ରହିଛି । ଏହାକୁ ନେଇ ରବିବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର କୃଷକଙ୍କୁ ଲଗାତାର ଅପମାନ କରୁଛି । ଏହାସହ ଏହି ଆଇନକୁ ରଦ୍ଦ କରାଯିବା ଆବଶ୍ୟକ ।

ଗତ ବର୍ଷ ଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା କୃଷକଙ୍କ କୌଣସି ରେକର୍ଡ ନାହିଁ ବୋଲି କେନ୍ଦ୍ରର ବିବୃତ୍ତି ପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରବିବାର ଦିନ ଅଭିଯୋଗ କରିଛନ୍ତି ଯେ ସରକାର ଚାଷୀଙ୍କୁ ନିରନ୍ତର ଅପମାନ କରୁଛନ୍ତି । କୃଷି ଆଇନ ପ୍ରତ୍ୟାହାର କରାଯାଉ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର ସଂସଦରେ କହିଛନ୍ତି ଯେ, 2020 ମସିହାରୁ କେନ୍ଦ୍ରର ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ସମୟରେ ମୃତ କୃଷକମାନଙ୍କ ବିଷୟରେ ତଥ୍ୟ ନାହିଁ ବୋଲି କହିଛନ୍ତି ।

ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ଗତ ନଭେମ୍ବରରୁ ଦିଲ୍ଲୀ ସୀମାରେ ଏହି ତିନୋଟି କୃଷି ନିୟମକୁ ବିରୋଧ କରିଆସୁଛନ୍ତି । ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରୁ 200 ଜଣ କୃଷକ ଅନୁମତି ନେଇ କେନ୍ଦ୍ରୀୟ ଦିଲ୍ଲୀର ଯନ୍ତରମନ୍ତରରେ ବିରୋଧ କରୁଛନ୍ତି।

ABOUT THE AUTHOR

...view details