ଓଡିଶା

odisha

By

Published : Jun 22, 2021, 9:36 AM IST

ETV Bharat / bharat

ମମତାଙ୍କ ପରାମର୍ଶଦାତା ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ

ସିଏମ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି କେନ୍ଦ୍ର । ଅଧିକ ପଢନ୍ତୁ...

ମମତାଙ୍କ ପରାମର୍ଶଦାତା ବନ୍ଧୋପାଧ୍ୟାଙ୍କ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ
ମମତାଙ୍କ ପରାମର୍ଶଦାତା ବନ୍ଧୋପାଧ୍ୟାଙ୍କ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ସିଏମ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଲପନ ବନ୍ଧୋପାଧ୍ୟାୟଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି କେନ୍ଦ୍ର ।

ଦୁର୍ବ୍ୟବହାର ପାଇଁ ଆଲପନଙ୍କ ବିରୋଧରେ ହେବ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ । ନିକଟରେ ଆଲପନଙ୍କ ବିରୋଧରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଜୋରିମାନା ଆଦାୟ କରିବାକୁ ପ୍ରସ୍ତାବ ଦେଇଛି।

ଏହି ମାମଲାରେ କେନ୍ଦ୍ରସରକାର ଆଲପନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ବିଜ୍ଞପ୍ତି ଜାରି ହେବାର 30 ଦିନ ମଧ୍ୟରେ ଆଲପନ ଏକ ରିପୋର୍ଟ ଦାଖଲ କରିପାରିବ କିମ୍ବା ସେ କାରଣଦର୍ଶାଅ ନୋଟିସର ଜବାବ ଦେଇପାରନ୍ତି | ଯଦି ସେ ତାହା ନକରନ୍ତି, ତାହେଲେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଅନୁସନ୍ଧାନ କମିଟି ଏକପାଖିଆ ନିଷ୍ପତ୍ତି ଦେବ।

ମେ 31ରେ ଆଲପନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପରଦିନ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କୁ ଦିଲ୍ଲୀର ନର୍ଥ ବ୍ଲକରେ ରିପୋର୍ଟ କରିବାକୁ କହିଥିଲେ। ହେଲେ ଆଲପନ ସେହି ଦିନ ଅବସର ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ତୁରନ୍ତ ତାଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ। ପରେ ଆଲପନ କେନ୍ଦ୍ର ପକ୍ଷରୁ ଜାରି ଚିଠିର ଉତ୍ତର ଦେଇଥିଲେ, କିନ୍ତୁ ତାଙ୍କ ଉତ୍ତରରେ କାର୍ମିକ ମନ୍ତ୍ରଣାଳୟ ସନ୍ତୁଷ୍ଟ ନଥିଲା।

ABOUT THE AUTHOR

...view details