ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଏସ.କେ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗତ 13 ତାରଖରେ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ ଦେଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେ ପୂର୍ବରୁ 2 ବର୍ଷ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରମୁଖ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
ମିଶ୍ର 1984 ବ୍ୟାଚ୍ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ 2018 ମସିହା ନଭେମ୍ବର 19ରେ ଇଡି ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଥିଲେ । ସେ ଚଳିତ ବର୍ଷ ନଭେମ୍ବର 18 ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ କାର୍ଯ୍ୟକାଳକୁ ଆଉ 1 ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।