ଓଡିଶା

odisha

ETV Bharat / bharat

PMGKAY: ସେପ୍ଟେମ୍ବର ଯାଏଁ ମିଳିବ ମାଗଣା ରାସନ - ସେପ୍ଟେମ୍ବର ଯାଏ ମାଗଣା ରାସନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି 6 ମାସ ବୃଦ୍ଧି କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

union government extends of PMGKAY
PMGKAY: ସେପ୍ଟେମ୍ବର ଯାଏ ମାଗଣାରେ ମିଳିବ ରାସନ

By

Published : Mar 27, 2022, 7:57 AM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି 6 ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉକ୍ତ ଯୋଜନା ଅନ୍ତର୍ଗତ ହିତାଧିକାରୀମାନେ ସେପ୍ଟେମ୍ବର ମାସ ଯାଏଁ ମାଗଣାରେ ରାସନ ପାଇବେ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)ର ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ଯୋଜନାରେ 80 କୋଟିରୁ ଊର୍ଦ୍ଧ୍ବ ଲୋକ ଲାଭବାନ ହେବେ ବୋଲି ମୋଦି କରିଛନ୍ତି । ଦେଶରେ କୋରୋନା ସଙ୍କଟ ଯୋଗୁଁ ଗରିବଙ୍କୁ ମାଗଣା ରାସନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଥିଲେ । ଗତ 2020 ମାର୍ଚ୍ଚରେ ସରକାରଙ୍କ ପକ୍ଷରୁ ଏହି ସ୍କିମ ଘୋଷଣା କରାଯାଇଥିଲା ।

ପ୍ରାଥମିକ ଭାବେ PMGKAYର ଅବଧି 2020 ଏପ୍ରିଲ-ଜୁନ ଯାଏ ଥିଲା । ମାତ୍ର ଦେଶରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି 2021 ନଭେମ୍ବର 30 ଓ ପରେ 2022 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଯୋଜନା ଆଧାରରେ 80 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରତି ମାସ 5 କିଲୋ ରାସନ ଯୋଗାଇ ଦିଆଯାଏ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏପ୍ରିଲ 2020ରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର 2.60 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଖାଦ୍ୟ ସୁରକ୍ଷା ସହ ଜଡିତ PMGKAY ଯୋଜନାରେ ସରକାର 3.40 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

ABOUT THE AUTHOR

...view details