ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କୋରୋନା ଟିକା । କୋରୋନା ବିରୋଧି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବିକ୍ରି ପାଇଁ DCGI ସୁପାରିଶ କରିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ସେଣ୍ଟ୍ରାଲ୍ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ଟିମ୍ ଗତକାଲି କୋଭିସିଲ୍ଡ୍ ଏବଂ କୋଭାକ୍ସିନର ନିୟମିତ ବଜାର ବିକ୍ରିକୁ ଅନୁମୋଦନ କରିବା ପାଇଁ ସୁପାରିଶ କରିଥିଲେ।
ବଜାରରେ ବିକ୍ରି ପାଇଁ Covaxin & Covishieldକୁ ମିଳିଲା ଅନୁମତି: DCGI - ବଜାରରେ ବିକ୍ରି ହେବ କୋରୋନା ଟିକା
ଏଣିକି ବଜାରରେ ଉପଲବ୍ଧ ହେବ କୋରୋନା ବିରୋଧି ଟିକା କୋଭିସିଲ୍ଡ ଓ କୋଭାକ୍ସିନ । ଏନେଇ ସୁପାରିଶ କଲା DCGI । ଅଧିକ ପଢନ୍ତୁ
ଫାର୍ମା କମ୍ପାନୀଗୁଡିକ ଭରତ ବାୟୋଟେକ (Bharat Biotech) ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (Serum Institute of India) ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୁ ନିଜ ନିଜ COVID-19 ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ କୁ ନିୟମିତ ବଜାରରେ ବିକ୍ରି ପାଇଁ ଅନୁମତି ମାଗିଥିଲା । ଏନେଇ ପୂର୍ବରୁ ଆବେଦନପତ୍ର ଦାଖଲ କରାଯାଇଥିଲା ।
ସେରମ୍ ଇନଷ୍ଟିଚ୍ୟୁଟର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଗତ ଅକ୍ଟୋବର 25 ରେ DCGI କୁ ଏକ ଆବେଦନ କରିଥିଲେ। ସେଥିରେ ଡିସିଜିଆଇ ପୁଣେର ସେରମ୍ ଇନଷ୍ଟିଚ୍ୟୁଟରୁ ଅଧିକ ତଥ୍ୟ ମାଗିଥିଲେ । ପରେ ପ୍ରକାଶ କୁମାର ସିଂ ଅଧିକ ବିବରଣୀ ଦାଖଲ କରିବା ପରେ ଗତକାଲି DCGI ଅନୁମତି ପ୍ରଦାନ କରିଛି ।