ଓଡିଶା

odisha

By

Published : Jun 28, 2021, 1:24 PM IST

ETV Bharat / bharat

ଡିସେମ୍ବର 31ଯାଏଁ ସ୍ଥଗିତ ଫ୍ରଣ୍ଟସିଟ ଏୟାରବ୍ୟାଗ ନିୟମ

କାର ଆଗସିଟରେ ଏୟାରବ୍ୟାଗ ଲଗାଇବାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । କୋରୋନାକୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି । ଡିସେମ୍ବର 31ଯାଏଁ ଫ୍ରଣ୍ଟସିଟ ଏୟାରବ୍ୟାଗ ବାଧ୍ୟତାମୂଳକ ନିୟମକୁ କୋହଳ କରାଯାଇଛି । ଅଧିକ ପଢନ୍ତୁ...

୍ଡିସେମ୍ବର 31ଯାଏଁ ବଢିଲା ଏୟାରବ୍ୟାଗ ଲଗାଇବା ଅବଧି
୍ଡିସେମ୍ବର 31ଯାଏଁ ବଢିଲା ଏୟାରବ୍ୟାଗ ଲଗାଇବା ଅବଧି

ନୂଆଦିଲ୍ଲୀ:କୋହଳ ହେଲା କାରରେ ଏୟାରବ୍ୟାଗ ଲଗାଇବା ନିୟମ । କାରର ଆଗସିଟରେ ଏୟାରବ୍ୟାଗ ଲଗାଇବାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । କୋରୋନାକୁ ଦୃଷ୍ଟିରେ ରଖି ଡିସେମ୍ବର 31ଯାଏଁ ନିୟମକୁ କୋହଳ କରାଯାଇଛି । ଏନେଇ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ମଡେଲ କାରଗୁଡିକରେ କେବଳ ଡ୍ରାଇଭର ସିଟ ପାଖରେ ଏୟାରବ୍ୟାଗ ବାଧ୍ୟତାମୂଳକ ହୋଇଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ୟ ସମସ୍ତ କାରରେ ଏୟାରବ୍ୟାଗ ଲଗାଇବା ସମୟସୀମାକୁ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ନେଇ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ଉତ୍ପାଦକ (SIAM) ସମୟ ମାଗିଛି । ନୂଆ ମଡେଲ କାର ପାଇଁ ଏହା ବାଧ୍ୟତାମୂଳକ । ଡିସେମ୍ବର ପରେ ଏହି ନିୟମକୁ ପୁଣି ସ୍ବାଭାବିକ କରାଯିବ ।

ଏପ୍ରିଲ 1 2021ରେ ଉତ୍ପାଦିତ ହେଉଥିବା ଗାଡି ଓ ନୂଆ ମଡେଲ କାର ପାଇଁ ଏୟାରବ୍ୟାଗ ଲଗାଇବା ଅଗଷ୍ଟ 31 ଯାଏଁ ବାଧ୍ୟତାମୂଳକ କରିବାକୁ ମାର୍ଚ୍ଚ 6 ରେ ମନ୍ତ୍ରଣାଳୟ ପକ୍ଷକୁ କୁହାଯାଇଥିଲା । ମାତ୍ର ଏହାକୁ ଡିସେମ୍ବର ଯାଏଁ କୋହଳ କରାଯାଇଛି । ଏହା ଗାଡିରେ ଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

@PTI

ABOUT THE AUTHOR

...view details