ଓଡିଶା

odisha

By

Published : Nov 27, 2021, 8:46 PM IST

ETV Bharat / bharat

Central Vista project: ତଦାରଖ ପାଇଁ ଗଢା ହେଲା ୫ ଜଣିଆ କମିଟି

Central Vista project କାର୍ଯ୍ୟ ତଦାରଖ କରିବା ପାଇଁ ଗଢାହେଲା ୫ ଜଣିଆ କମିଟି । କାର୍ଯ୍ୟର ତଦାରଖ କରିବା ସହ Ministry of Housing and Urban Affairsକୁ ଦେବ ଷ୍ଟାଟସ ରିପୋର୍ଟ । ଅଧିକ ପଢନ୍ତୁ

Central Vista project: ତଦାରଖ ପାଇଁ ଗଢାହେଲା ୫ ଜଣିଆ କମିଟି
Central Vista project: ତଦାରଖ ପାଇଁ ଗଢାହେଲା ୫ ଜଣିଆ କମିଟି

ନୂଆଦିଲ୍ଲୀ:ଦୁଇ ବର୍ଷ ମଧ୍ୟରେ 20,000 କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେବାକୁ ଥିବା Central Vista ପ୍ରକଳ୍ପ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବା ପାଇଁ କେନ୍ଦ୍ର ସରକାର ଏକ ୫ ଜଣିଆ କମିଟି ଗଢିଛନ୍ତି । ଏହି କମିଟି ଗଠନ ନିଷ୍ପତ୍ତି ହୋଇଥିବା ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଗୁରୁବାର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି କେନ୍ଦ୍ର ସରକାରଙ୍କ ଗଠିତ ଏହି କମିଟି ଆସନ୍ତା ୨ ବର୍ଷ କିମ୍ବା ପ୍ରକଳ୍ପ ଶେଷ ହେବା ଯାଏଁ ଏହାର ତଦାରଖ କାର୍ଯ୍ୟ କରିବ ।

Central Vista project: ତଦାରଖ ପାଇଁ ଗଢାହେଲା ୫ ଜଣିଆ କମିଟି

ଏହି ୫ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟିରେ ତଦାରଖ କମିଟିରେ ପୂର୍ବତନ ଅର୍ଥ ସଚିବ ରତନ ପି ୱାଟାଲଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇ ଥିବାବେଳେ ପୂର୍ବତନ ଡେପୁଟି CAG ପି.କେ ତିୱାରୀ, L&T ର ପୂର୍ବତନ ନିର୍ଦ୍ଦେଶକ ଶୈଳେନ୍ଦ୍ର ରୟ, IIT ଦିଲ୍ଲୀର ପ୍ରଫେସର ମୌସମଙ୍କୁ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। Ministry of Housing and Urban Affairs ଯୁଗ୍ମ ସଚିବ ଏହି କମିଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସଂଯୋଜକ ଭାବେ କାର୍ଯ୍ୟ କରିବେ ବୋଲି ଜାରି ବିବୃ୍ତ୍ତିରେ କୁହାଯାଇଛି ।

ଏହି କେନ୍ଦ୍ରୀୟ ଭିଷ୍ଟା ତଦାରଖ କମିଟି ମଲ୍ଟି-ଏଜେନ୍ସି, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମନ୍ବୟ, ଏହି ପ୍ରକଳ୍ପ ଅଧୀନରେ ହେବାକୁ ଥିବା ଏକାଧିକ ବିଭିନ୍ନ ନିର୍ମାଣକାର୍ଯ୍ୟର କାର୍ଯ୍ୟକାରିତା ଉପରେ ନିରନ୍ତର ମନିଟରିଂ ଜାରି ରଖିବ । ସେହିପରି କାର୍ଯ୍ୟକୁ ସଠିକ ସମୟରେ ସାରିବା, ପ୍ରକଳ୍ପ କାର୍ଯ୍ୟକାରିତା ସମୟରେ ଉତ୍କୃଷ୍ଟ ଉତ୍ସର ବ୍ୟବହାର, ଆବଶ୍ୟକୀୟ ଉତ୍ପାଦ କ୍ରୟ ସମୟରେ ବ୍ୟୟ ଅଟକଳ ଏବଂ କାର୍ଯ୍ୟର ଉଚ୍ଚମାନର ଗୁଣବତ୍ତା ଆଦି ତଦାରଖ କରିବା ପାଇଁ ଫିଲ୍ଡ ଭିଜିଟ ମଧ୍ୟ କରିବେ ଏହି ଟିମର ସଦସ୍ୟ । ଏହି କ୍ଷେତ୍ର ତଦାରଖ ସମୟରେ ହସ୍ତଗତ ହେଉଥିବା ତଥ୍ୟ ନିୟମିତ ଭାବରେ MoHUA କୁ ଦାଖଲ କରାଯିବା ବୋଲି ବିବୃତ୍ତିରେ କୁହାଯାଇଛି ।

ସେପ୍ଟେମ୍ବର 2019ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ଘୋଷଣା କରିଥିବାବେଳେ ୨୦୨୨ ରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଅଧୀନରେ ନିର୍ମାଣ ଚାଲିଥିବା ନୂତନ ସଂସଦ ଭବନରେ 900 ରୁ 1200 ସାଂସଦଙ୍କ ବସିବା କ୍ଷମତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ । ସେହିପରି ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପ୍ରାୟ ୩ କିମି ଦୂରତା ବିଶିଷ୍ଟ କେନ୍ଦ୍ରୀୟ ସେକ୍ରିଟେରିଏଟର ନିର୍ମାଣ କାର୍ଯ୍ୟ ମଧ୍ୟ 2024 ସୁଦ୍ଧା ସାରିବାର ଲକ୍ଷ୍ୟ ରଖାଯାଇଛି ।

@ANI

ABOUT THE AUTHOR

...view details