ଓଡିଶା

odisha

By

Published : Mar 20, 2021, 10:41 PM IST

Updated : Mar 21, 2021, 7:25 PM IST

ETV Bharat / bharat

ସରୁଛି ବୋବଡେଙ୍କ କାର୍ଯ୍ୟକାଳ, ପରବର୍ତ୍ତୀ ବିଚାରପତି ସୁପାରିଶ ପାଇଁ କହିଲା କେନ୍ଦ୍ର

ଭାରତର ମୁଖ୍ୟ ବିଚାରପତି ଏସ୍ ବୋବଡେ ଅବସର ନେବା ପୂର୍ବରୁ ଏକ ମାସରୁ ଅଧିକ ସମୟ ବାକି ଥିବାବେଳେ ସରକାର ପରବର୍ତ୍ତୀ ସିଜେଆଇର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ସରୁଛି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ , ପରବର୍ତ୍ତୀ ବିଚାରପତି ସୁପାରିସ ପାଇଁ କହିଲା କେନ୍ଦ୍ର
ସରୁଛି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ , ପରବର୍ତ୍ତୀ ବିଚାରପତି ସୁପାରିସ ପାଇଁ କହିଲା କେନ୍ଦ୍ର

ନୂଆଦିଲ୍ଲୀ:ଭାରତର ମୁଖ୍ୟ ବିଚାରପତି ଏସ୍ ବୋବଡେ ଅବସର ନେବା ପୂର୍ବରୁ ଏକ ମାସରୁ ଅଧିକ ସମୟ ବାକି ଥିବାବେଳେ ସରକାର ପରବର୍ତ୍ତୀ ସିଜେଆଇର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରଧାନ ବିଚାରପତିଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ କହିଛନ୍ତି କେନ୍ଦ୍ର ସରକାର ।

ସର୍ବୋଚ୍ଚ ନ୍ୟାୟପାଳିକାର ସଦସ୍ୟଙ୍କ ନିଯୁକ୍ତିକୁ ପରିଚାଳନା କରୁଥିବା ସ୍ମାରକପତ୍ର ଅନୁଯାୟୀ, "ଭାରତର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସୁପ୍ରିମକୋର୍ଟର ବରିଷ୍ଠ-ବିଚାରପତିଙ୍କ ପରାମର୍ଶରେ ହୋଇଥାଏ । ଯେଉଁଥିରେ ଦର୍ଶାଯାଇଛି ଯେ ଆଇନ ମନ୍ତ୍ରୀ ଉପଯୁକ୍ତ ସମୟରେ ପରବର୍ତ୍ତୀ ପ୍ରଧାନ ବିଚାରପତି(CJI) ନିଯୁକ୍ତି ପାଇଁ ଭାରତର ବିଦାୟୀ ପ୍ରଧାନ ବିଚାରପତିଙ୍କ ସୁପାରିଶ ଲୋଡ଼ିବେ।

ଏହି ପ୍ରକ୍ରିୟା ଅଧୀନରେ, ସିଜେଆଇର ସୁପାରିଶ ପାଇବା ପରେ ଆଇନ ମନ୍ତ୍ରୀ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିବେ । ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ଯେତେବେଳେ ଭାରତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଶେଷ ହେଉଥିବାବେଳେ ଯଦି ବରିଷ୍ଠ-ବିଚାରପତିଙ୍କ ଫିଟନେସ୍ ଉପରେ କୌଣସି ସନ୍ଦେହ ଥାଏ, ସେତେବେଳେ ଅନ୍ୟ ବିଚାରପତିଙ୍କ ସହ ପରାମର୍ଶ କରାଯାଇ ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢାଯାଏ । ତେବେ CJI ବୋବଡେଙ୍କ ପରେ ଜଷ୍ଟିସ ଏନ.ଭି ରାମନା ସର୍ବୋଚ୍ଚ ନ୍ୟାୟାଳୟର ଦ୍ବିତୀୟ ବରିଷ୍ଠ ବିଚାରପତି ଅଟନ୍ତି । ତେବ ତାଙ୍କର 26 ଅଗଷ୍ଟ 2022 ପର୍ଯ୍ୟନ୍ତ କାର୍ଯ୍ୟକାଳ ଅବଧି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2021, 7:25 PM IST

ABOUT THE AUTHOR

...view details