ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀ ପଦର ଗରିମା ଭୁଲିଗଲେ ମମତା, ରାଜ୍ୟପାଳଙ୍କୁ କହିଲେ ଭ୍ରଷ୍ଟ - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ମୁଖ୍ୟମନ୍ତ୍ରୀ ପଦର ଗରିମା ଭୁଲି ରାଜ୍ୟପାଳଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟପାଳ ଜଣେ ଭ୍ରଷ୍ଟ ବ୍ୟକ୍ତି ବୋଲି କହିଛନ୍ତି ମମତା । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ପଦର ଗରିମା ଭୁଲିଗଲେ ମମତା, ରାଜ୍ୟପାଳଙ୍କୁ କହିଲେ ଭ୍ରଷ୍ଟ
ମୁଖ୍ୟମନ୍ତ୍ରୀ ପଦର ଗରିମା ଭୁଲିଗଲେ ମମତା, ରାଜ୍ୟପାଳଙ୍କୁ କହିଲେ ଭ୍ରଷ୍ଟ

By

Published : Jun 28, 2021, 8:23 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଥମୁନି ବିବାଦ । ମୁଖ୍ୟମନ୍ତ୍ରୀ ପଦର ଗରିମା ଭୁଲି ରାଜ୍ୟପାଳଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗରେ ରାଜ୍ୟପାଳଙ୍କୁ ହଟାଇବା ପାଇଁ ତିନୋଟି ଚିଠି ଲେଖାଯାଇଛି । ସେ ଜଣେ ଭ୍ରଷ୍ଟ ବ୍ୟକ୍ତି । ରାଜ୍ୟପାଳଙ୍କ ନାଁ 1996ରେ ହୱାଲା ଜୈନ ମାମଲାର ଚାର୍ଜସିଟରେ ଆସିଥିଲା ।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ରାଜ୍ୟପାଳ ଜଗଦୀପ ଧନଖର ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ତାଙ୍କ ନାଁ 1996 ମସିହାରେ ହୱାଲା ଜୈନ ମାମଲାର ଚାର୍ଜସିଟରେ ଥିଲା । ହେଲେ ସେ କୋର୍ଟକୁ ଯାଇଥିଲେ ଏବଂ ସେଠାରୁ ସମସ୍ତ ମାମଲା ରଫାଦଫା କରାଯାଇଥିଲା।

ପୁନର୍ବାର ଧନଖରଙ୍କ ବିରୋଧରେ ଯାଚିକା ଦାଖଲ ହୋଇଥିଲା । ଆଉ ଏବେ କୋର୍ଟରେ ଏହି ମାମଲା ବିଚାରାଧିନ ରହିଥିବା କହିଛନ୍ତି ମମତା ।

ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ ଧନଖର ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। କେନ୍ଦ୍ର ସରକାର କାହିଁକି ଏପରି ରାଜ୍ୟପାଳଙ୍କୁ ନିଯୁକ୍ତ କରନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦିଦି ।

ABOUT THE AUTHOR

...view details