ଓଡିଶା

odisha

ETV Bharat / bharat

ଭେଙ୍କେୟାଙ୍କୁ ଭେଟିଲେ ବିଶ୍ବଭୂଷଣ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

By

Published : Jul 1, 2021, 7:01 PM IST

ଭେଙ୍କେୟାଙ୍କୁ ଭେଟିଲେ ବିଶ୍ବଭୂଷଣ
ଭେଙ୍କେୟାଙ୍କୁ ଭେଟିଲେ ବିଶ୍ବଭୂଷଣ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଗୁରୁବାର ଭେଟିଛନ୍ତି । ତେବେ ସେ ତାଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି । ରାଜ୍ୟର ଅନ୍ୟ ନେତାମାନେ ମଧ୍ୟ ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଆନ୍ଧ୍ରପ୍ରଦେଶର ନେଲୋରେ ଜିଲ୍ଲାର ଚାଭାଟପଲେମଠାରେ ଜନ୍ମଗ୍ରହଣ କରିଥିଲେ । ଏହାସହିତ ନାଇଡୁ ଆଜି 72 ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ରାଜ୍ୟପାଳ ବିଶ୍ବଭୂଷଣ ତାଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ରାଜ୍ୟପାଳ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ମଧ୍ୟ ରାଜ୍ୟବାସୀଙ୍କ ପକ୍ଷରୁ ନାଇଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଭେଙ୍କଟେଶ୍ବର ନାଇଡୁଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ ବୋଲି ସେ କହିଥିଲେ ।

ABOUT THE AUTHOR

...view details