ଓଡିଶା

odisha

By

Published : Sep 25, 2021, 10:42 PM IST

ETV Bharat / bharat

ଆସିବ ସହକାରିତା ନୀତି: ପ୍ରଥମ ସହକାରିତା ସମ୍ମିଳନୀରେ ଅମିତ ଶାହାଙ୍କ ଘୋଷଣା

କେନ୍ଦ୍ର ସରକାର ଖୁବଶୀଘ୍ର ନୂଆ ସହକାରିତା ନୀତି ଘୋଷଣା କରିବାକୁ ଯାଉଛନ୍ତି । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ଜାରି ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆ କରି ସୃଷ୍ଟି ହୋଇଥିବା ସହକାରିତା ମନ୍ତ୍ରଣାଳୟର ଦାୟିତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଅମିତ ଶାହା
ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ନୂଆ ସହକାରିତା ନୀତି ଘୋଷଣା କରିବାକୁ ଯାଉଛନ୍ତି । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ଜାରି ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆ କରି ସୃଷ୍ଟି ହୋଇଥିବା ସହକାରିତା ମନ୍ତ୍ରଣାଳୟର ଦାୟିତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହା ମୋ ପାଇଁ ସୌଭାଗ୍ୟର କଥା କି ଦେଶର ପ୍ରଥମ ସହକାରିତା ମନ୍ତ୍ରଣାଳୟ ଦାୟିତ୍ବ ମତେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ।

ଆସିବ ସହକାରିତା ନୀତି; ପ୍ରଥମ ସହକାରିତା ସମ୍ମିଳନୀରେ ଅମିତ ଶାହାଙ୍କ ଘୋଷଣା

ଆଜି ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ପ୍ରଥମ ସହକାରିତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ଗୃହମନ୍ତ୍ରୀ ତଥା ସହକାରିତା ମନ୍ତ୍ରୀ ଅମିତ ଶାହା କହିଥିଲେ, ଆଜାଦୀ କା ଅମୃତ ମହୋତ୍ସବ ପାଳନବେଳେ ସରକାର ଏକ ନୂଆ ସହକାରିତା ନୀତି ଆରମ୍ଭ କରିବେ । ଯେଉଁଥିରେ ଗ୍ରାମୀଣ ଭାରତକୁ ଅଧିକ ଗୁରୁତ୍ବ ମିଳିବ । ଆଜି ଦେଶରେ ଅତିକମରେ ୯୧ ପ୍ରତିଶତ ଗାଁରେ ଛୋଟ ବଡ ସହକାରିତା ସଂସ୍ଥା କାମ କରୁଛି ।

ସେହିପରି ଗୃହମନ୍ତ୍ରୀ କହିଛନ୍ତି ସାଧାରଣ ବଜେଟ ୨୦୨୧ ରେ ସରକାର ସହକାରିତା ମନ୍ତ୍ରଣାଳୟ ନେଇ ଘୋଷଣା କରିଥିଲେ । ଆଜି ସହକାରିତା ଆନ୍ଦୋଳନର ଗୁରୁତ୍ବ ଅଛି । ସହକାରିତା ସଂସ୍ଥା ଦେଶର ବିକାଶରେ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ତୁଳାଉଛନ୍ତି । ସେହିପରି ଶାହା କହିଛନ୍ତି, ସରକାର ୫ ଟ୍ରିଲିୟନ ଅର୍ଥନୀତି ନେଇ ଆଗକୁ ବଢୁଛି । ଏଥିପାଇଁ ସରକାର କାମ କରୁଛନ୍ତି । ସହକାରିତା କ୍ଷେତ୍ରକୁ ଆହୁରି ମଜବୁତ ଓ ସଂଗଠିତ କରିବା ପାଇଁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଛି ।

କାର୍ଯ୍ୟକ୍ରମରେ ସାରା ଦେଶରୁ ଏକାଧିକ ସଂଗଠନ ସହ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details