ଓଡିଶା

odisha

By

Published : May 14, 2022, 9:58 AM IST

ETV Bharat / bharat

NEET PG 2022: ସରକାର ପରୀକ୍ଷା ସ୍ଥଗିତ ରଖନ୍ତୁ କହିଲା ABVP

NEET PG 2022 ପରୀକ୍ଷା ସ୍ଥଗିତ ରଖାଯାଉ । ସୁପ୍ରିମକୋର୍ଟରେ ପରୀକ୍ଷା ସ୍ଥଗିତ ଆବେଦନ ଖାରଜ ହେବା ପରେ ସରକାରଙ୍କ ନିକଟରେ ଦାବି କଲା ABVP । ଅଧିକ ପଢନ୍ତୁ

NEET PG 2022: ସରକାର ପରୀକ୍ଷା ସ୍ଥଗିତ ରଖନ୍ତୁ କହିଲା ABVP
NEET PG 2022: ସରକାର ପରୀକ୍ଷା ସ୍ଥଗିତ ରଖନ୍ତୁ କହିଲା ABVP

ନୂଆଦିଲ୍ଲୀ: NEET PG 2022 ପରୀକ୍ଷା ସ୍ଥଗିତ ରଖିବା ଲାଗି ଅନେକ ଦିନ ହେଲା ଦାବି ହୋଇଆସୁଛି । କିନ୍ତୁ ପରୀକ୍ଷା ସ୍ଥଗିତ ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି କୋର୍ଟ । ପରୀକ୍ଷାକୁ ଅଚାନକ ସ୍ଥଗିତ ରଖାଗଲେ ଲକ୍ଷାଧିକ ଛାତ୍ରଛାତ୍ରୀ ସମସ୍ୟାରେ ପଡିବେ । ତେଣୁ ଧାର୍ଯ୍ୟ ସମୟରେ ହିଁ ପରୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଏହି ଆବେଦନ ଖାରଜ କରିବା ପରେ ସରକାରଙ୍କୁ ନିବେଦନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିର ରଖି ସରକାର ପରୀକ୍ଷା ସ୍ଥଗିତ ରଖିବା ଉଚିତ ବୋଲି ABVP କରିଛି ।

ସରକାର ଚାହିଁଲେ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଇପାରିବେ । କିନ୍ତୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ବିଚାରପତି କହିଥିଲେ । ତେଣୁ ABVP ସରକାରଙ୍କ ନିକଟରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛି । କହିରଖୁଛି କି 2021 ନିଟ୍ କାଉନସେଲିଂରେ ବିଳମ୍ବ ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି କରିଆସୁଛନ୍ତି । ପୂର୍ବରୁ ମେଡିକାଲ ଆସୋସିଏସନ(IMA) ମଧ୍ୟ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲା ।

ବର୍ତ୍ତମାନ NEET PG 2022 ପରୀକ୍ଷା ପାଇଁ ଚାଲୁଥିବା କାଉନସେଲିଂ ଏବଂ ପରୀକ୍ଷା ତାରିଖ ମଧ୍ୟରେ ଖୁବ୍ କମ ସମୟ ରହିଛି । ଯଦି କୌଣସି ଶିକ୍ଷାର୍ଥୀ ସିଟ୍ ପାଇବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ NEET PG ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କେବଳ ଏକ ସପ୍ତାହ ସମୟ ମିଳିବ । ଏହିସବୁ ଦୃଷ୍ଟିରୁ ମେ 21ରେ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ତାରିଖ ଆଗକୁ ଘୁଞ୍ଚାଯାଉ ବୋଲି IMA ନିବେଦନ କରିଥିଲା । ମାତ୍ର ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ଆବେଦନକୁ ଖାରଜ କରିଦେଇଛନ୍ତି ।

ABOUT THE AUTHOR

...view details