ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଖୁସି ଖବର । ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ଆଉ ଏକ ସ୍ବଦେଶୀ ଟିକା । ଆଉ ଟିକାକୁ ଆଣିବ ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ-ଇ । ଏଥିପାଇଁ କେନ୍ଦ୍ର ସରକାର 30 କୋଟି ଟିକା ଅର୍ଡର ଦେବା ସହ 1500 କୋଟି ଟଙ୍କା ଦେଇଛନ୍ତି ।
ଏହି ଟିକା ଏବେ ଟ୍ରାଏଲ ପର୍ଯ୍ୟାୟରେ ଅଛି । ଏହି ଟିକା ବଜାରକୁ ଆସିବା ପରେ ଏହା ହେବ ଦ୍ବିତୀୟ ସ୍ବଦେଶୀ ଟିକା । ଯାହା ଭାରତରେ ଉତ୍ପାଦନ ହେବ । ଏହା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆସିବ ବୋଲି ଆଶା କରାଯାଉଛି । କୋରୋନାର ପ୍ରଥମ ଓ ଦ୍ବିତୀୟ ଲହରେ ଅଣନିଶ୍ବାସୀ ହୋଇଗଲାଣି ଦେଶ । ଦୈନିକ ଲକ୍ଷ ଲକ୍ଷ ସଂକ୍ରମଣ ହଜାର ହଜାର ମୃତ୍ୟୁ ସରକାରଙ୍କ ଚିନ୍ତା ବଢାଇଥିବା ବେଳେ ଟୀକାକରଣକୁ ଅଧିକ ଫୋକସ୍ ଦେଇଛନ୍ତି ସରକାର । ହେଲେ ଟିକାର ଅଭାବ ଟୀକାକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।