ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଓ ଏହାର ଅନ୍ୟ କଲ୍ୟାଣମୂଳକ ଯୋଜନା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଅତିରିକ୍ତ ଆବଣ୍ଟନ ଆବଶ୍ୟକତା ପୂରଣ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ମହଜୁଦ ଅଛି । ଜାନୁୟାରୀ ୧, ୨୦୨୩ ସୁଦ୍ଧା ପ୍ରାୟ ୧୫୯ ଲକ୍ଷ ମେଟ୍ରିକ ଟନ (ଏଲଏମଟି) ଗହମ ଉପଲବ୍ଧ ହେବ । ନିୟମାନୁଯାୟୀ ଜାନୁୟାରୀ ୧ ସୁଦ୍ଧା ୧୩୮ ଏଲଏମଟି ସୁରକ୍ଷିତ ଭଣ୍ଡାରଣ ଆବଶ୍ୟକତା ଥିବାବେଳେ ଏହା ବେଶ ଅଧିକ ରହିଛି । ଡିସେମ୍ବର ୧୨, ୨୦୨୨ ସୁଦ୍ଧା ପ୍ରାୟ ୧୮୨ ଏଲଏମଟି ଗହମ କେନ୍ଦ୍ରୀୟ ପୁଲରେ ଉପଲବ୍ଧ ଅଛି ।
ଭାରତ ସରକାର ଗହମ ମୂଲ୍ୟ ସ୍ଥିତି ସମ୍ପର୍କରେ ଅବଗତ ଅଛନ୍ତି ଓ ଗହମ ସହ ଅନ୍ୟ ସାମଗ୍ରୀଗୁଡିକର ମୂଲ୍ୟ ସମ୍ପର୍କରେ ନିୟମିତ ଭାବେ ସପ୍ତାହୱାରି ନୀରିକ୍ଷଣ କରାଯାଉଛି । ଆବଶ୍ୟକ ସ୍ଥଳେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି । ଭାରତ ସରକାର ଅତ୍ୟଧିକ ଦର ବୃଦ୍ଧି ରୋକିବା ପାଇଁ ସକ୍ରିୟତା ପ୍ରଦର୍ଶନ କରିବା ସହ ମେ ୧୩, ୨୦୨୨ ଠାରୁ ରପ୍ତାନୀ ନିୟମ ଲାଗୁ କରିଛନ୍ତି । ଏଥିସହିତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଚାଉଳକୁ ଗୁରୁତ୍ୱ ପ୍ରଦାନ କରି ସମୀକ୍ଷା କରାଯାଇଛି, ଯାହାଦ୍ୱାରା କେନ୍ଦ୍ରୀୟ ପୁଲରେ ଗହମ ଭଣ୍ଡାରଣ ପର୍ଯ୍ୟାପ୍ତ ହେବା ସହିତ କଲ୍ୟାଣମୂଳକ ଯୋଜନାଗୁଡିକର ଆବଶ୍ୟକତା ପୂରଣ ହୋଇପାରିବ ।