ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପରେ ଏଣିକି ରହିବ ସରକାରଙ୍କ ନିୟନ୍ତ୍ରଣ । ଆଉ ଚଳିବ ନାହିଁ ନିରାଧାର କଣ୍ଟେଣ୍ଟ କିମ୍ବା କୌଣସି ବେଆଇନ ପୋଷ୍ଟ । କାରଣ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଆଇନ । ଗତକାଲି(ଶୁକ୍ରବାର) ଜାରି ହୋଇଥିବା ନୂଆ ଆଇନ ଅନୁସାରେ ସୂଚନା ପ୍ରଯୁକ୍ତି ଆଇନରେ ବଡ ଧରଣର ପରିବର୍ତ୍ତନ ହୋଇଛି । ନୂଆ ନିୟମ ବଳରେ ଏଣିକ ସରକାର ସୋସିଆଲ ମିଡିଆ ଉପରେ ପୁରା ନିୟନ୍ତ୍ରଣ ରଖିବେ । ଏହାସହ ଦେଶରେ ବ୍ୟବସାୟ କରୁଥିବା ବିଭିନ୍ନ ବିଦେଶୀ ସୋସିଆଲ ମିଡିଆ କମ୍ପାନି ଯଥା ଟ୍ବିଟର, ଇନଷ୍ଟା, ଫେସବୁକ, ୟୁଟ୍ୟୁବ୍ ଭଳି କମ୍ପାନୀର ନିଷ୍ପତ୍ତି ବିରୋଧରେ ସରକାର ସିଧାସଳଖ ହସ୍ତକ୍ଷେପ କରିପାରିବେ ।
ଗତକାଲି କେନ୍ଦ୍ରସରକାର ସୂଚନା ପ୍ରଯୁକ୍ତି ( Ministry of Electronics and IT) (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (Union Minister Rajeev Chandrasekhar ) କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi ) ଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା (Protection of constitutional rights of Indian citizens) ପାଇଁ ସୁନିଶ୍ଚିତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଛି । ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି । ଆପତ୍ତିଜନକ ବିଷୟବସ୍ତୁ କିମ୍ବା ବ୍ୟବହାରକାରୀ ବା ୟୁଜରଙ୍କ ଆକାଉଣ୍ଟ ବାତିଲ କରିବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ମଧ୍ୟସ୍ଥ (ଇଣ୍ଟରମିଡିଆରୀ)ଙ୍କ ନିଷ୍କ୍ରିୟତା ଏବଂ ପଦକ୍ଷେପ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଥିଲା। ୟୁଜରଙ୍କ ହିତ ରକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହା ବି ପଢନ୍ତୁ- ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥାହେଲେ ଜୟଶଙ୍କର
ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ । ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ । ମଧ୍ୟସ୍ଥମାନେ ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅଧୀନରେ ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାରକୁ ସମ୍ମାନ ଜଣାଇବେ ।
ନୂଆ ନିୟମ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଆଇନରେ ସଂଶୋଧନ ଆମ ଡିଜିଟାଲ ନାଗରିକମାନଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ କରିବ । ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ ରଖିବା ଲାଗି ସାଧାରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାର ମଧ୍ୟସ୍ଥମାନଙ୍କ ସହିତ ସହଯୋଗ ସ୍ଥାପନ କରି କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସବୁ ଭାରତୀୟଙ୍କ ପାଇଁ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ କରିବା ଲାଗି ସରକାର ଓ ମଧ୍ୟସ୍ଥଙ୍କ ମଧ୍ୟରେ ଏକ ନୂଆ ଭାଗିଦାରୀ ପାଇଁ ଏହି ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ।
ଏହାବି ପଢନ୍ତୁ- ଏହି ରାଜ୍ୟରେ ଆସିବ ୟୁନିଫର୍ମ ସିଭିଲ କୋର୍ଡ ! କ୍ୟାବିନେଟରେ କମିଟ ଗଠନ ନେଇ ନିଷ୍ପତ୍ତି