ଓଡିଶା

odisha

ETV Bharat / bharat

ବିଦେଶ ରପ୍ତାନୀ ପୂର୍ବରୁ ସରକାରୀ ଲ୍ୟାବରେ ପରୀକ୍ଷା ହେବ କଫସିରଫ୍ - ରପ୍ତାନୀ ପୂର୍ବରୁ ସରକାରୀ ଲ୍ୟାବରେ ଚେକ ହେବ କଫସିରଫ

ଭାରତରେ ପ୍ରସ୍ତୁତ କଫସିରଫର ଗଣବତ୍ତା ପରୀକ୍ଷା କରିବ ସରକାରୀ ଲ୍ୟାବ । ବିଶ୍ଳେଷଣ ପ୍ରମାଣପତ୍ର ପରେ ମିଳିବ ବିଦେଶ ରପ୍ତାନୀ ଅନୁମତି । ଅଧିକ ପଢନ୍ତୁ

ବିଦେଶ ରପ୍ତାନୀ ପୂର୍ବରୁ ସରକାରୀ ଲ୍ୟାବରେ ଚେକ ହେବ କପ ସରିପ
ବିଦେଶ ରପ୍ତାନୀ ପୂର୍ବରୁ ସରକାରୀ ଲ୍ୟାବରେ ଚେକ ହେବ କପ ସରିପ

By

Published : May 23, 2023, 10:08 PM IST

ନୂଆଦିଲ୍ଲୀ: ବିଦେଶକୁ ରପ୍ତାନୀ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା କଫସିରଫର ଗଣବତ୍ତା ଚେକିଂ ପାଇଁ ନୂଆ ମାପଦଣ୍ଡ ଆଣିଲେ କେନ୍ଦ୍ର ସରକାର । ରପ୍ତାନୀ ପୂର୍ବରୁ ଏହାକୁ ସରକାରୀ ଲ୍ୟାବରେ ଚେକିଂ କରାଯିବ । ଚେକିଂରେ ବିଶ୍ଳେଷଣ ପ୍ରମାଣପତ୍ର (CoA) ନେବା ପରେ ଏହାକୁ ବିଦେଶ ରପ୍ତାନୀ ପାଇଁ ଅନୁମତି ମିଳିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜୁନ ପହିଲାରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଜାରି କରିଥିବା ଏହି ରପ୍ତାନୀ ସମ୍ପର୍କିତ ନୂଆ ନିର୍ଦ୍ଦେଶାବଳୀ ଲାଗୁ କରାଯିବ ।

ଏହି ପରୀକ୍ଷା ପାଇଁ ସରକାରୀସ୍ତରରେ କିଛି ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ଲାବରୋଟେରୀକୁ ଚୟନ କରାଯାଇଛି । ଗାଜିଆବାଦ, କୋଲକାତା, ଚେନ୍ନାଇ, ମୁମ୍ବାଇ, ହଇଦ୍ରାବାଦ, ଚଣ୍ଡିଗଡ, ଗୌହାଟିରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲାବରୋଟେରୀ ଏହି କଫସିରଫର ନମୂନାର ପରୀକ୍ଷା କରାଯିବ । ଏହା ଗୁଣବତ୍ତାର ବିଶ୍ଳେଷଣ ପ୍ରମାଣପତ୍ର ପାଇବା ପରେ ଏହାକୁ ରପ୍ତାନୀ କରାଯାଇ ପାରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ।

ଭାରତରେ ପ୍ରସ୍ତୁତ କଫସିରଫ ବିଭିନ୍ନ ଦେଶକୁ ରପ୍ତାନୀ ହୋଇଆସୁଛି । ନିକଟରେ ଜାମ୍ବିଆ ଓ ଉଜବେକିସ୍ତାନରେ ଭାରତ ପ୍ରସ୍ତୁତ କଫସିରଫ ସେବନ ଫଳରେ କିଛି ଶିଶୁଙ୍କ ପ୍ରାଣହାନୀ ଘଟିଥିବା ଅଭିଯୋଗ ହୋଇଥିଲା । ତେବେ ନିର୍ଦ୍ଦିଷ୍ଟ କିଛି ଫାର୍ମା କମ୍ପାନୀ ଦ୍ବାରା ପ୍ରସ୍ତୁତ ଓ ରପ୍ତାନୀ ହୋଇଥିବା କଫସିରଫରେ ଏପରି ହୋଇଥିବା ଅଭିଯୋଗକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତର ସହ ନେଇଥିଲା । ସମ୍ପୃକ୍ତ ଫାର୍ମା କମ୍ପାନୀର ଉତ୍ପାଦନକୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ମିଳିଥିଲା । କେନ୍ଦ୍ରୀୟ ଡ୍ରଗ୍ସ ମାନକ ନିୟନ୍ତ୍ରଣ ସଂସ୍ଥା (CDSCO) ଏ ସମ୍ପର୍କରେ ଏକ ପ୍ରସ୍ତବ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇଥିଲା । ଏବେ ରପ୍ତାନୀ ହେବାକୁ ଥିବା ସମସ୍ତ କଫସିରଫର ଗୁଣବତ୍ତା ପରୀକ୍ଷା କରିବ ସରକାରୀ ଲ୍ୟାବ ।

ଇଣ୍ଡିଆନ୍ ବ୍ରାଣ୍ଡ୍ ଇକ୍ୱିଟି ଫାଉଣ୍ଡେସନ୍ (ଆଇବିଏଫ୍) ଦ୍ୱାରା ଏକ ଅନୁଧ୍ୟାନରେ ପରିସଂଖ୍ୟାନଭିତ୍ତିକ ଭାବେ ଏହା ଦର୍ଶାଯାଇଛି ଯେ ଘରୋଇ ଫାର୍ମାସ୍ୟୁଟିକାଲ୍ ବଜାର 2021 ମସିହାରେ 42 ବିଲିୟନ ଡ଼ଲାରର ମୂଲ୍ୟର ରପ୍ତାନୀ କରିଛି । ସେହିପରି 2024 ସୁଦ୍ଧା ଏହି କାରବାର ପ୍ରାୟ 65 ବିଲିୟନ ଡ଼ଲାରରେ ପହଞ୍ଚିବା ନେଇ ଆଶା କରାଯିବା ସହ 2030 ସୁଦ୍ଧା 120-130 ବିଲିୟନ ଡ଼ଲାରରେ ପହଞ୍ଚିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବିଦେଶରେ ଭାରତ ପ୍ରସ୍ତୁତ ଏହି କଫସିରଫର ଗୁଣବତ୍ତା ଓ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details