ଓଡିଶା

odisha

ETV Bharat / bharat

କମିଲା ଟମାଟୋ ଦର, ଏବେ କିଲୋ 70 - tomato price reduce

ଟମୋଟୋ ଦରକୁ ନେଇ ଚିନ୍ତାରେ ଥିବା ଗ୍ରାହକଙ୍କୁ ଏବେ ସାମାନ୍ୟ ଆଶ୍ବସ୍ତି ମିଳିଛି । ଏବେ ଟମୋଟୋ ଦର କିଲୋ ପିଛା 70 ଟଙ୍କା ହୋଇଛି । ଅଧିକ ପଢନ୍ତୁ

କମିଲା ଟମାଟୋ ଦର
government cuts price of tomato

By

Published : Jul 20, 2023, 3:00 PM IST

ନୂଆଦିଲ୍ଲୀ:ଦେଶରେ ଏବେ ବର୍ଦ୍ଧିତ ଟମାଟୋ ଦରକୁ ନେଇ ଚିନ୍ତାରେ ଗ୍ରାହକ । ଟମାଟୋ କିଣିବାକୁ କୁଣ୍ଠାବୋଧ କରୁଥିଲେ ଗ୍ରାହକ । କିଲୋ 120 ହାଣ୍ଡିଶାଳକୁ ମହଙ୍ଗା ମାଡ଼ ପରି ହୋଇଥିବା ବେଳେ ଅନେକ ଟମାଟୋ କିଣିବାକୁ ଡରୁଥିଲେ । ଟାମାଟୋ ଦର ବୃଦ୍ଧି ଫଳରେ ଲୋକ କେଚଅପ ବ୍ୟବହାର କରୁଥିଲେ । ଏବେ ଟମାଟୋ ଟେନସନରୁ ସମାନ୍ୟ ଆଶ୍ବସ୍ତି ମିଳିଛି । ସରକାର ଟମାଟୋ ଦର କମ କରିଛନ୍ତି । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଟମାଟୋ ଦର କମି 70 ଟଙ୍କା ହୋଇଛି ।

ଏହା ବି ପଢନ୍ତୁ...ଟମାଟୋ ବୋଝେଇ ଗାଡ଼ି ନେଇ ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ

NCCF ଓ NAFED 80 ଟଙ୍କା ପରିବର୍ତ୍ତେ କିଲୋ ପ୍ରତି 70 ଟଙ୍କାରେ ବିକ୍ରି କରିଛନ୍ତି । ଆଜିଠୁ କିଲୋ ପ୍ରତି 70 ଟଙ୍କାରେ ଟମାଟୋ କିଣୁଛନ୍ତି ଗ୍ରାହକ । ଜୁଲାଇ 16ରୁ NCCF ଓ NAFED ପ୍ରଥମେ ଟମାଟୋ 90 ଓ ପରେ କିଲୋ ପ୍ରତି 80 ଟଙ୍କାରେ ବିକ୍ରି କରିବା ପରେ ଏହାକୁ ବର୍ତ୍ତମାନ 70ଟଙ୍କାରେ ବିକ୍ରି କରୁଛନ୍ତି । କିଛି ଦିନ ହେବ ସମଗ୍ର ଦେଶରେ ଟମାଟୋ କିଲୋ ପିଛା 120 ରହିଥିଲା । 20ଜୁଲାଇରୁ NCCF ଓ NAFED ଟମାଟୋ ଖୁଚୁରା ଦର କିଲୋ ପ୍ରତି 70 ଟଙ୍କା ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା । ପ୍ରଥମରୁ NCCF ଓ NAFED କିଣାଯାଉଥିବା ଟମାଟୋ ଖୁଚୁରା ଦର 90 ଟଙ୍କା ରହିଥିଲା ।

16 ଜୁଲାଇରୁ ଏହାର ଦର କମି 80 ଟଙ୍କା ହୋଇଥିଲା ଏବେ କିଲୋ ପ୍ରତି 70 ଟଙ୍କା ହୋଇଛି । ଉପଭୋକ୍ତା ମାମଲା ବିଭାଗ ନିର୍ଦ୍ଦେଶରେ NCCF ଏବଂ NAFED ପ୍ରମୁଖ ଉପଭୋଗ କେନ୍ଦ୍ରରେ ବିତରଣ ପାଇଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଥିବା ମଣ୍ଡିରୁ ଟମାଟୋ କିଣିବା ଆରମ୍ଭ କରିଛି । ଜୁଲାଇ 18 ସୁଦ୍ଧା 391 ମେଟ୍ରିକ ଟ୍ରନ୍‌ ଟମୋଟୋ କିଣିଛି । ଦେଶରେ 500ରୁ ଅଧିକ ସ୍ଥାନରେ ଟମାଟୋ ବିତରଣ କରୁଛନ୍ତି ସରକାର । ଦିଲ୍ଲୀ ଏନସିଆର, ରାଜସ୍ଥାନ, ୟୁପି ଓ ବିହାର ପ୍ରମୁଖ କେନ୍ଦ୍ର ରହିଛି ।

ଏହା ବି ପଢନ୍ତୁ...ନାଲିଆଖି ଦେଖାଇଲାଣି ଟମାଟୋ, 100 ଛୁଇଁଲା ଦର

ବିଭିନ୍ନ ମେଟ୍ରୋ ସହର ଯେପରି ମୁମ୍ବାଇରେ ଟମାଟୋ କେଜି ପ୍ରତି 155 ଟଙ୍କା , ଚେନ୍ନାଇରେ 132 ଟଙ୍କା, କୋଲକାତାରେ 143 ଟଙ୍କା ବିକ୍ରି ହେଉଥିଲା । ସାଧାରଣ ଭାବରେ ଜୁଲାଇ-ଅଗଷ୍ଟ ଓ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଟମାଟୋ ଦର ଅଧିକ ରହିଥାଏ । ଏହି ସମୟରେ କମ ଉତ୍ପାଦନ ପାଇଁ ଦର ବଢ଼ିଥାଏ । ମୌସୁମୀରେ ଯୋଗାଣରେ ବାଧା ସୃଷ୍ଚି ହେବା ମଧ୍ୟ ଅଚାନକ ଦର ବୃଦ୍ଧିର କାରଣ ହୋଇଥାଏ ।

ABOUT THE AUTHOR

...view details