ନୂଆଦିଲ୍ଲୀ: ଚୀନ ସୀମାରେ ସଡକ ନିର୍ମାଣ କରୁଛି ଭାରତ । ଗତ ୫ ବର୍ଷ ମଧ୍ୟରେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ 2,088 କିଲୋମିଟର ରାସ୍ତା ନିର୍ମାଣ କରିଛି । ଯେଉଁଥି ପାଇଁ 15 ହଜାର ୪୭୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ ସୋମବାର ଲୋକସଭାରେ ସବିଶେଷ ତଥ୍ୟ ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ (Minister of State for Defence Ajay Bhatt)।
ଚୀନ ସୀମାରେ ରାସ୍ତା ନିର୍ମାଣ କରି 5ବର୍ଷରେ 15,477 କୋଟି ଖର୍ଚ୍ଚ କରିଛି ଭାରତ - ଚୀନ ସୀମାରେ ରାସ୍ତା ନିର୍ମାଣ 15 କୋଟି କୋଟି ଖର୍ଚ୍ଚ କରିଛି ଭାରତ
ଗତ ୫ ବର୍ଷ ମଧ୍ୟରେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ 2,088 କିଲୋମିଟର ରାସ୍ତା ନିର୍ମାଣ କରି 15,477 କୋଟି ଖର୍ଚ୍ଚ କରିଛି ଭାରତ । ରାଜ୍ୟସଭାରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ । ଅଧିକ ପଢନ୍ତୁ
ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାର ସୀମାବର୍ତ୍ତୀ ଅଞ୍ଚଳରେ 3 ହଜାର 595 କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି । ଏଥିପାଇଁ ମୋଟ 20 ହଜାର,767 କୋଟି ଖର୍ଚ୍ଚ କରିଛନ୍ତି । ସେହିପରି ଚିନ୍ ସୀମାରେ 2,088 କିଲୋମିଟର ରାସ୍ତା ନିର୍ମାଣ କରି 15,477.06 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର ।
ପାକିସ୍ତାନ ସୀମାରେ 1,336.09 କିଲୋମିଟର ରାସ୍ତା ନିର୍ମାଣ ପାଇଁ, 4,242. 38 କୋଟି ଖର୍ଚ୍ଚ ହୋଇଥିବାବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ମିଆଁମାର ସୀମାରେ 151.15 କିଲୋମିଟର ରାସ୍ତା ନିର୍ମାଣ ପାଇଁ 2 ଲକ୍ଷ 882.52 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ବାଂଲାଦେଶ ସୀମାରେ 165.45 କୋଟି ଟଙ୍କା ବ୍ୟୟରେ 19.25 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ।