ଓଡିଶା

odisha

By

Published : Sep 21, 2022, 9:47 PM IST

ETV Bharat / bharat

ଧରାବତରଣ କରିବେ ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି

ଶାରଦୀୟ ଦୁର୍ଗାପୂଜାରେ ଗୋଷାଣୀ ଦେବୀଙ୍କୁ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଗୋଷାଣୀଙ୍କର ବିଶାଳ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ । ଅଧିକ ପଢନ୍ତୁ

ଧରାବତରଣ କରିବେ ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି
ଧରାବତରଣ କରିବେ ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି

ପୁରୀ: ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ମହା ଆଡମ୍ବରରେ ପାଳିତ ହେବ ଦୁର୍ଗାପୂଜା । ଏଥିପାଇଁ ଚଳଚଞ୍ଚଳ ଶ୍ରାକ୍ଷେତ୍ର । ଶାରଦୀୟ ଦୁର୍ଗା ପୂଜାରେ ଗୋଷାଣୀ ଦେବୀଙ୍କୁ ଆରାଧନା ପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ଜୋରସୋର ପ୍ରସ୍ତୁତି ।

ଧରାବତରଣ କରିବେ ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି

ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଗୋଷାଣୀଙ୍କର ବିଶାଳ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରର ପରମ୍ପରା ଟିକେ ନିଆରା । ଏଠାରେ ଶହ ଶହ ବର୍ଷ ତଳୁ ଦୂର୍ଗା ପୂଜା ସମୟରେ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ତେଣୁ ସହରର ବିଭିନ୍ନ ସାହିର ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏହି ଗୋଷାଣୀ ମାନଙ୍କୁ ଜହ୍ନିଖାଇ, କାକୁଡିଖାଇ, ବାରବାଟି ଓ ଶୂନ୍ୟ ଗୋଷାଣୀ ନାମରେ ପୂଜା କରାଯାଇଥାଏ । ଏହି ମୂର୍ତ୍ତିଗୁଡିକୁ ଶିଳ୍ପୀ ମାନେ ବେଶ୍ ନିଷ୍ଠାର ସହ ନିର୍ମାଣ କରୁଛନ୍ତି ।

ପୁରୀରେ ଗୋଷାଣୀ ପୂଜାକ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ । ତେବେ ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହୋଇଥିଲା ଏହି ପୂଜା । କିନ୍ତୁ ଚଳିତ ବର୍ଷ ମା' ଙ୍କ କୃପାରୁ କୋଭିଡ କଟକଣା ନଥିବା ବେଳେ ପୁଣି ପୂର୍ବଭଳି ଆଡମ୍ବର ସହକାରେ ପାଳନ କରାଯିବ ବୋଲି କହିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା । ସେପଟେ ପାର୍ବଣ ଋତୁରେ ପୁରୀକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହାଛଡା ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଛି । ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିବା ବେଳେ ମଣ୍ଡପ ମାନଙ୍କରେ ସିସିଟିଭି ସ୍ଥାପନ ସହ ଶାନ୍ତି ଶୃଙ୍ଖଳାରେ‌ କିଭଳି ପୂଜା ଆୟୋଜନ କରାଯାଇପାରିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

ପୂଜାକୁ ସୁନ୍ଦର ଓ ନିଆରା କରିବା ପାଇଁ ଏବେଠୁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମହାସପ୍ତମୀରୁ ବିଭିନ୍ନ ପୂଜା ମଣ୍ଡପରେ ଗୋଷାଣୀ ଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। ଏଣୁ ମାଙ୍କର ଆଗମନକୁ ନେଇ ଏବେ ସମସ୍ତଙ୍କର ରହିଛି ଅପେକ୍ଷା ।

ଏହା ମଧ୍ୟ ପଢନ୍ତୁ-କର୍କଟ ରୋଗରେ କଲବଲ ପଞ୍ଚାନନ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦମ୍ପତି

ଏନେଇ ମୂର୍ତ୍ତି କାରୀଗର ରାଜେନ୍ଦ୍ର କୁମାର ମହାପାତ୍ର କହିଛନ୍ତି, "ମା' ଙ୍କର ମୂର୍ତ୍ତିରେ ଦଶମୀରେ ମାଟି ବୋଳା ହୁଏ । ଷଠୀ ଓଷା ଠାରୁ କିଳା ବାଡିଆ ହୋଇ ପାରମ୍ପରିକ ଶୈଳୀରେ କାମ ଆରମ୍ଭ ହୁଏ । ଷଠୀ ଓଷା ଠାରୁ ଗୋଟିଏ ମାସ ମଧ୍ୟରେ ସନ୍ତରା, ଛଣ ଓ କତାରେ ଆମେ ଏହାକୁ ବାନ୍ଧି ଥାଉ । ଏଥିରେ ମାଟି ପତଳା ଲାଗିଥାଏ । ଏହାପରେ ତାଙ୍କୁ ଲୁଗା ପିନ୍ଧାଇ ସଜ୍ଜା ହୋଇଥାନ୍ତି । ବାରବାଟୀ ଓ ଜହ୍ନିଖାଇ ଏହି ଦୁଇ ମୂର୍ତ୍ତି ସବୁଠାରୁ ବଡ ହୋଇଥାଏ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details