ଓଡିଶା

odisha

ETV Bharat / bharat

ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର; ଅର୍ଥ ରାଶି ନେବାକୁ ମନାକଲା ଟ୍ରଷ୍ଟ, ପ୍ରଶ୍ନ ଉଠାଇଲା କଂଗ୍ରେସ - ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ନେଇ ବିବାଦ

୨୦୨୧ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଗୋରଖପୁର ସ୍ଥିତ ଗୀତା ପ୍ରେସର ନାମ ଘୋଷଣା ହେବା ପରଠାରୁ ରାଜନୈତିକ ବିବାଦ ଦେଖା ଦେଇଛି । ଅନ୍ୟପଟେ ପୁରସ୍କାର ରାଶି ଗ୍ରହଣ କରିବାକୁ ମନା କରିଛି ପ୍ରେସ ଟ୍ରଷ୍ଟ । ଅଧିକ ପଢ଼ନ୍ତୁ

gorakhpur geeta press
ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର

By

Published : Jun 19, 2023, 5:17 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗୋରଖପୁର ସ୍ଥିତ ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ୨୦୨୧ ପାଇଁ ଶାନ୍ତି ପୁରସ୍କାର ନିମନ୍ତେ ଗୀତା ପ୍ରେସ ନାମ ଘୋଷଣା ହେବା ପରଠାରୁ ଆରମ୍ଭ ହୋଇଛି ବିବାଦ । ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ଗୀତା ପ୍ରେସକୁ ଦିଆଯିବା ପୁରସ୍କାରକୁ ସାବରକର ଓ ନାଥୁରାମ ଗଡସେଙ୍କ ସହ ତୁଳନା କରିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଜେପିକୁ ସମାଲୋଚନା କରି ଟ୍ବିଟ ଯୋଗେ କହିଛନ୍ତି ଯେ, "ଚଳିତ ବର୍ଷ ଗୋରଖପୁର ସ୍ଥିତ ଗୀତା ପ୍ରେସ ଶତବାର୍ଷିକୀ ପାଳନ କରୁଥିବା ବେଳେ ୨୦୨୧ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ମହାତ୍ମା ଗାନ୍ଧୀ ଓ ଏହି ସଂଗଠନ ମଧ୍ୟରେ ସମ୍ପର୍କ ଭଲ ନଥିବା ୨୦୧୫ରେ ସାମ୍ବାଦିକ ଅକ୍ଷୟ ମୁକୁଲ ଏକ ଖବର ପ୍ରକାଶିତ କରିଥିଲେ । ଯେଉଁଥିରେ ସେମାନଙ୍କ ମଧ୍ୟରେ ଲାଗି ରହିଥିବା ରାଜନୈତିକ, ଧାର୍ମିକ ଓ ସାମାଜିକ ବିବାଦ ଘଟଣା ସାମ୍ନାକୁ ଆସିଥିଲା । ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ । ଏହି ପୁରସ୍କାର ସାବରକର ଓ ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପୁରସ୍କୃତ କରାଯିବା ପରି ଅନୁଭବ ହେଉଛି ।"

ଅନ୍ୟପଟେ କିଛି କଂଗ୍ରେସ ଜୟରାମ ରମେଶଙ୍କ ଟ୍ବିଟରେ ସହମତି ପ୍ରକାଶ କରିନଥିବା ସୂଚନା ମିଳିଛି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, "ଗୀତା ପ୍ରେସ ସମ୍ପର୍କରେ ଜୟରାମ ରମେଶଙ୍କ ବୟାନ ଅନାବଶ୍ୟକ ଅଟେ । ହିନ୍ଦୁ ଧର୍ମର ପ୍ରଚାରରେ ଗୀତା ପ୍ରେସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏପରି ବୟାନ ଦେବା ପୂର୍ବରୁ ଜୟରାମ ଦଳ ସହ ଆଲୋଚନା କରିବା ଉଚିତ ଥିଲା ।"

ଗୋରଖପୁର ସ୍ଥିତ ଗୀତ ପ୍ରେସକୁ ୨୦୨୧ ପାଇଁ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଘୋଷଣା କରିଛି । ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୀତା ପ୍ରେସର ନାମ ଘୋଷଣା କରାଯାଇଥିଲା । ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତ ପ୍ରେସକୁ ପୁରସ୍କୃତ କରାଯିବ । ଇତି ମଧ୍ୟରେ ରାଜନୀତି ତେଜୁଥିବା ବେଳେ ପୁରସ୍କାର ଗ୍ରହଣ କରିବାକୁ ଗୀତା ପ୍ରେସ ମନା କରିଦେଇଛି । ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କା ଗ୍ରହଣ କରିବାକୁ ପ୍ରେସ ଟ୍ରଷ୍ଟ ମନା କରିଦେଇଛି । ଟ୍ରଷ୍ଟିମାନେ କହିଛନ୍ତି ଯେ, ଗୀତା ପ୍ରେସ କୌଣସି ପ୍ରକାର ଦାନ ଅର୍ଥ ଗ୍ରହଣ କରେ ନାହିଁ । ସେଥିପାଇଁ କୌଣସି ଅନୁଦାନ କିମ୍ବା ପୁରସ୍କାର ରାଶି ଗ୍ରହଣ କରାଯିବ ନାହିଁ । କିନ୍ତୁ ଆନନ୍ଦର ସହ ଏହି ସମ୍ମାନକୁ ଗ୍ରହଣ କରିବ ।

ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ଭାରତ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ଅବସରରେ ୧୯୯୫ ମସିହାରୁ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ୧୯୨୩ ମସିହାରେ ପ୍ରତିଷ୍ଠିତ ଗୀତା ପ୍ରେସ ବିଶ୍ବର ସବୁଠୁ ବଡ଼ ପ୍ରକାଶକ ମଧ୍ୟରେ ଅନ୍ୟତମ । ଏଠାରେ ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରାଯାଇଛି । ଏଥି ମଧ୍ୟରେ ୧୬.୨୧ କୋଟି ଶ୍ରୀମଦ୍ ଭଗବତ୍ ଗୀତା ଅନ୍ତର୍ଭୁକ୍ତ । ଅର୍ଥ ବ୍ୟୟ କରିବା ପାଇଁ ସଂସ୍ଥା କେବେବି କୌଣସି ବିଜ୍ଞାପନ ପ୍ରକାଶ କରେନାହିଁ ।

ABOUT THE AUTHOR

...view details