ଗୋରଖପୁର: ଦୃଢ ଇଚ୍ଛାଶକ୍ତି ବଳରେ ଯେ କେହିବି ହୋଇପାରେ ବଳିୟାନ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ 15 ବର୍ଷୀୟ ଛାତ୍ରୀ । ବନ୍ୟା ପାଣିକୁ ଚିରି ନିଜେ ଡଙ୍ଗା ଚଲାଇ ପ୍ରତିଦିନ ପାଠ ପଢିବାକୁ ସ୍କୁଲ ଯାଉଛନ୍ତି ସନ୍ଧ୍ୟା ସାହାଣୀ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାଅନୁସାରେ, ଗୋରଖପୁର ବହରାମପୁର ନିକଟ ଏକ ଗାଁରେ ସନ୍ଧ୍ୟାଙ୍କ ଘର । କିଛିଦିନ ହେବ ସେହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଘେରରେ ରହି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ହେଲେ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ସନ୍ଧ୍ୟା ଏହି ସମସ୍ୟାର ସାମ୍ନା କରି ସମାଧାନର ରାସ୍ତା ବି କାଢିଛନ୍ତି । ପ୍ରତିଦିନ ଡଙ୍ଗାରେ ଅତିକ୍ରମ କରି ସ୍କୁଲକୁ ପଢିବାକୁ ଯାଉଛନ୍ତି ସନ୍ଧ୍ୟା । ସ୍କୁଲ ଯିବାକୁ ପ୍ରତିଦିନ ପ୍ରାୟ ୨୦ମିନିଟ ଡଙ୍ଗା ଚଲାଇବା ପରେ ସେ ସ୍କୁଲରେ ପହଞ୍ଚୁଛନ୍ତି । ବାସ୍ତବରେ ସନ୍ଧ୍ୟାଙ୍କ ଏପରି ପ୍ରୟାସ ବେଶ ପ୍ରଶଂସନୀୟ ।
୬ ବର୍ଷ ବୟସରୁ ଡଙ୍ଗା ଚଳାଇବା ଶିଖିଛନ୍ତି ସନ୍ଧ୍ୟା । ସେତେବେଳେ ଶିଖିଥିଲେ ବୋଲି ଆଜି ତାହା କାମରେ ଲଗାଇ ପାରିଛନ୍ତି ସେ । ସନ୍ଧ୍ୟାଙ୍କ ପାଠପଢା ପ୍ରତି ଏପରି ନିଷ୍ଠାକୁ ଦେଖି ତାଙ୍କୁ ସମସ୍ତେ ସଲାମ କରୁଛନ୍ତି ।
ଅନଲାଇନ କ୍ଲାସ ପାଇଁ ନାହିଁ ମୋବାଇଲ....