ହାଇଦ୍ରାବାଦ: ଆଜି ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଜାତୀୟ ଦିବସ( Iceland National Day) । ଡେନମାର୍କ ଠାରୁ ସ୍ବାଧୀନ ହେବା ପରେ ୧୯୪୪ ମସିହା ଆଜିର ଦିନରେ ଆଇସଲ୍ୟାଣ୍ଡ ଆନୁଷ୍ଠାନିକ ଭାବେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲା । ତେଣୁ ଆଜିର ଦିନକୁ ଆଇସଲ୍ୟାଣ୍ଡବାସୀ ଜାତୀୟ ଦିବସ ଭାବେ ପାଳନ କରିଥାନ୍ତି । ଏହି ଅବସରରେ ଗୁଗୁଲ ମଧ୍ୟ ସ୍ବତନ୍ତ୍ର ଡୁଡୁଲ ପ୍ରସ୍ତୁତ କରି ଆଇସଲ୍ୟାଣ୍ଡର ଜାତୀୟ ଦିବସ ପାଳିଛି । ଗୁଗୁଲ ଏହାର ଜାତୀୟ ପତାକା ସଦୃଶ ଏକ ଆନିମେଟେଡ ଡୁଡୁଲ କରିଛି, ଯାହାକି ଉଡୁଥିବାର ଦେଖାଯାଇଛି ।
ଡୁଡୁଲ କରି ଆଇସଲ୍ୟାଣ୍ଡ ଜାତୀୟ ଦିବସ ପାଳିଲା Google - ଗୁଗୁଲ ଡୁଡୁଲ
ଆକର୍ଷଣୀୟ ଡୁଡୁଲ କରି ଆଇସଲ୍ୟାଣ୍ଡ ସ୍ବାଧୀନତା ଦିବସ( Iceland National Day) ପାଳିଲା ଗୁଗୁଲ । ଅଧିକ ପଢନ୍ତୁ
ଡୁଡୁଲ ସହ ଆଇସଲ୍ୟାଣ୍ଡ ଜାତୀୟ ଦିବସ ପାଳିଲା ଗୁଗୁଲ
ସେହିପରି ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛନ୍ତି ପ୍ରଖ୍ୟାତ ବ୍ରିଟିଶ କମ୍ପୋଜର ତଥା ଅପେରା ସିଙ୍ଗର ଅମାଣ୍ଡା ଅଲଡ୍ରିଜେ(Amanda Aldridge) । ସେ ନିଜ ଜୀବନକାଳ ମଧ୍ୟରେ ୩୦ରୁ ଅଧିକ ଗୀତ ଏବଂ ଅନେକଗୁଡିକ ବାଦ୍ୟଯନ୍ତ୍ର ଟ୍ରାକ ରିଲିଜ କରିଛନ୍ତି । ଆଜିର ଦିନରେ ଅଲଡ୍ରିଜେ ଲଣ୍ଡନ ସ୍ଥିତ କୁଇନ ସ୍ମଲ ହଲଠାରେ ପିଆନୋ ବାଦନ କରିଥିଲେ । ଏହି ଦିନକୁ ମନେ ପକାଇ ଗୁଗୁଲ ଅଲଡ୍ରିଜେଙ୍କ ଏକ ଆକର୍ଷଣୀୟ ଡୁଡୁଲ ପ୍ରସ୍ତୁତ କରିଛି ।
Last Updated : Jun 17, 2022, 8:57 AM IST