ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ର ସିଇଓ ସୁନ୍ଦର ପିଚାଇ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି (Google CEO met President Of India) । ଏନେଇ ରାଷ୍ଟ୍ରପତି ଭବନର ଅଫିସିଆଲ ଆକାଉଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦର ପିଚାଇ (Sundar Pichai) ଭାରତର ଗର୍ବ ଗୌରବ । ଭାରତର ଡିଜିଟାଲ ଶିକ୍ଷା ଦିଗରେ ତାଙ୍କୁ କାମ କରିବା ପାଇଁ କହିଛନ୍ତି ରାଷ୍ଟ୍ରପତି (President Draupadi Murmu) । ଆଜି ଗୁଗଲ୍ 'ଗୁଗଲ୍ ଫର୍ ଇଣ୍ଡିଆ ୨୦୨୨' କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡ଼ିଛି ।
ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ରାଷ୍ଟ୍ରପତି କହିଛନ୍ତି, " ସୁନ୍ଦର ପିଚାଇ ହେଉଛନ୍ତି ଜଣେ ପଦ୍ମଭୂଷଣର ପ୍ରାପ୍ତକର୍ତ୍ତା । ଏହାସହିତ ଭାରତର ଗର୍ବ ଗୌରବ ।" ତେବେ ଭାରତୀୟ ପ୍ରତିଭା ଏବଂ ଜ୍ଞାନର ପ୍ରତୀକ ଭାବରେ ତାଙ୍କୁ ଭାରତରେ ସର୍ବଭାରତୀୟ ଡିଜିଟାଲ ସାକ୍ଷରତା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ସେପଟେ ଭାରତରେ ଅଧିକରୁ ଅଧିକ ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଗୁଗଲ୍ ଦେଶରେ କିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ନେଇ କାମ ଆରମ୍ଭ କରିଛି ।