ଓଡିଶା

odisha

ETV Bharat / bharat

ଭାରତରେ କୋରୋନା ସ୍ଥିତିକୁ ନେଇ ଗୁଗଲ ସିଇଓଙ୍କ ପ୍ରତିକ୍ରିୟା; ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ - ଗୁଗଲ ସିଇଓଙ୍କ ପ୍ରତିକ୍ରିୟା

ଭାରତରେ କୋରୋନା ସ୍ଥିତିକୁ ନେଇ ଗୁଗଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ପ୍ରତିକ୍ରିୟା ଆହୁରି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏବେ ଭାରତର ପରିସ୍ଥିତି ଯାହା ଅଛି, ଆଗକୁ ଆହୁରି ଖରାପ ହୋଇପାରେ ସୁନ୍ଦର ପିଚାଇ କହିଛନ୍ତି । ଅଧିକ ପଢନ୍ତୁ...

ଭାରତରେ କୋରୋନା ସ୍ଥିତିକୁ ନେଇ ଗୁଗଲ ସିଇଓଙ୍କ ପ୍ରତିକ୍ରିୟା; ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ
ଭାରତରେ କୋରୋନା ସ୍ଥିତିକୁ ନେଇ ଗୁଗଲ ସିଇଓଙ୍କ ପ୍ରତିକ୍ରିୟା; ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ

By

Published : May 4, 2021, 3:22 PM IST

ନୂଆଦିଲ୍ଲୀ: ଭାରତରେ ଏବେ କୋରୋନା ସ୍ଥିତି ଅସମ୍ଭାଳ । ଦୃତ ଗତିରେ ମାଡ଼ି ଚାଲିଛି କୋରୋନାର ଦ୍ବିତୀୟ ଲହରୀ । ଏହାରି ଭିତରେ ଗୁଗଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ପ୍ରତିକ୍ରିୟା ଆହୁରି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏବେ ଭାରତର ପରିସ୍ଥିତି ଯାହା ଅଛି, ଆଗକୁ ଆହୁରି ଖରାପ ହୋଇପାରେ ସୁନ୍ଦର ପିଚାଇ କହିଛନ୍ତି ।

ଏକ ନ୍ୟୁଜ୍ ଚ୍ୟାନେଲ ସହିତ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏବେ ଭାରତର ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ। ଏହା ବ୍ୟତୀତ ସେ କୋରୋନା ମହାମାରୀ ବିରୁଦ୍ଧ ଲଢେଇରେ ଭାରତର ସହାୟତା ପାଇଁ ଆମେରିକା ନେଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ବିଡେନ, ସଚିବ ବ୍ଲିଙ୍କନ୍ ଏବଂ ବିଭିନ୍ନ ସ୍ତରର ଅଧିକାରୀମାନେ ଭାରତ ଏବଂ ଅନ୍ୟାନ୍ୟ ପ୍ରଭାବିତ ଦେଶକୁ କିପରି ସାହାଯ୍ୟ କରିହେବ, ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦର ପିଚାଇ 135 କୋଟି ଟଙ୍କା ରିଲିଫ ପାଣ୍ଠି ଘୋଷଣା କରିଥିଲେ। ଏଥି ସହିତ, ଶୁକ୍ରବାର (30 ଏପ୍ରିଲ) ଯୁକ୍ତରାଷ୍ଟ୍ରରୁ କୋଭିଡ ଯୁଦ୍ଧରେ ଆବଶ୍ୟକ ସାମଗ୍ରୀର ପ୍ରଥମ କନସାଇନମେଣ୍ଟ ଭାରତରେ ପହଞ୍ଚିଥିଲା। ଏଥିରେ 440 ଅମ୍ଳଜାନ ସିଲିଣ୍ଡର ଏବଂ ରେଗୁଲେଟର, 9 ଲକ୍ଷ 60 ହଜାର ରାପିଡ ଡାୟଗ୍ନୋଷ୍ଟିକ ଟେଷ୍ଟ କିଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା ।

ଆମେରିକା ବ୍ୟତୀତ ୟୁରୋପୀୟ ୟୁନିଅନର (EU) ଅନେକ ସଦସ୍ୟ ଦେଶ ଭାରତକୁ କୋରୋନା ମହାମାରୀର ମୁକାବିଲା କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ୟୁରୋପୀୟ ୟୁନିଅନର ଦେଶ ଯେପରିକି ଆୟର୍ଲାଣ୍ଡ, ବେଲଜିୟମ, ରୋମାନିଆ, ଲକ୍ସେମବର୍ଗ, ପର୍ତ୍ତୁଗାଲ ଏବଂ ସ୍ୱିଡେନ 27 ଏପ୍ରିଲରେ ଘୋଷଣା କରିଛନ୍ତି ଯେ ସେମାନେ ୟୁନିଅନର ନାଗରିକ ପ୍ରତିରକ୍ଷା ବ୍ୟବସ୍ଥା ମାଧ୍ୟମରେ ଅକ୍ସିଜେନ ସାଂନ୍ଦ୍ରକ ଏବଂ ଭେଣ୍ଟିଲେଟର ଭଳି ଚିକିତ୍ସା ସାମଗ୍ରୀ ପଠାଉଛନ୍ତି। ବର୍ତ୍ତମାନ ଫ୍ରାନ୍ସ, ଇଟାଲୀ, ଅଷ୍ଟ୍ରିଆ ଏବଂ ଫିନଲ୍ୟାଣ୍ଡ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ଇୟୁ ଏକ ବିବୃତ୍ତିରେ କହିଛି ଯେ ଆଗାମୀ ଦିନରେ ଜର୍ମାନୀ ସମେତ ଇୟୁର ଅନ୍ୟ ସଦସ୍ୟ ଦେଶମାନଙ୍କରୁ ସହାୟତା ପଠାଯିବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details