ଓଡିଶା

odisha

ETV Bharat / bharat

ଗୁଗୁଲ ଡୁଡୁଲରେ ଫ୍ୟାସନ ଡିଜାଇନର ସନ୍ନା ସୁଲିସ - ସନ୍ନା ସୁଲିସ

ଜନ୍ମଦିନ ଅବସରରେ ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛନ୍ତି ଇଟାଲୀୟ ଫ୍ୟାସନ ଡିଜାଇନର ଡୋନା ଫ୍ରାନସେସ୍କା ସନ୍ନା ସୁଲିସ । ଅଧିକ ପଢନ୍ତୁ

ଫ୍ୟାସନ ଡିଜାଇନର ସନ୍ନା ସୁଲିସଙ୍କ ଜନ୍ମଦିନ ପାଳିଲା ଗୁଗୁଲ ଡୁଡୁଲ
ଫ୍ୟାସନ ଡିଜାଇନର ସନ୍ନା ସୁଲିସଙ୍କ ଜନ୍ମଦିନ ପାଳିଲା ଗୁଗୁଲ ଡୁଡୁଲ

By

Published : Jun 11, 2022, 8:39 AM IST

ହାଇଦ୍ରାବାଦ:ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛନ୍ତି ଇଟାଲୀୟ ଫ୍ୟାସନ ଡିଜାଇନର ଡୋନା ଫ୍ରାନସେସ୍କା ସନ୍ନା ସୁଲିସ । ଆଜି ସନ୍ନା ସୁଲିସଙ୍କ ୩୦୬ତମ ଜନ୍ମଦିନ । ଏହି ଅବସରରେ ତାଙ୍କୁ ମନେପକାଇ ଗୁଗୁଲ ଏକ ଆକର୍ଷଣୀୟ ଡୁଡୁଲ ପ୍ରସ୍ତୁତ କରିଛି । ଡୁଡୁଲରେ ସନ୍ନା ସୁଲିସଙ୍କ ହାତରେ ଏକ କପଡା ଧରିଥିବାର ଦେଖିବାକୁ ମିଳିଛି । ପାଖରେ ମଧ୍ୟ ଏକ ଛୁଞ୍ଚି ସୂତା ରହିଛି । କହିରଖୁଛୁ କି, ଫ୍ରାନସେସ୍କା ସନ୍ନା ସୁଲିସଙ୍କୁ ମଲବେରୀ ୱମ୍ୟାନ କୁହାଯାଏ । କାରଣ ସେ ବିଭିନ୍ନ ଆକର୍ଷଣୀୟ ପୋଷକ ଡିଜାଇନ କରିବା ପାଇଁ ମଲବେରୀ ସିଲ୍‌କର ବ୍ୟବହାର କରୁଥିଲେ ।

୧୭୧୬ ମସିହା ଦକ୍ଷିଣ ସରଦିନିଆ ଠାରେ ସୁଲିସଙ୍କ ଜନ୍ମ । ସେ ଇଟାଲୀର ଜଣେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ସଙ୍ଗେ ସଙ୍ଗେ ସଫଳ ମହିଳା ବ୍ୟବସାୟୀ ମଧ୍ୟ ଅଟନ୍ତି ।

ABOUT THE AUTHOR

...view details