ଓଡିଶା

odisha

ETV Bharat / bharat

ସ୍ପେଶାଲ ଡୁଡଲ ସହ ୨୩ତମ ବର୍ଥଡେ କେକ୍ କାଟିଲା ଗୁଗଲ

ବର୍ଥ ଡେ' କେକ୍‌ ଥିବା ସ୍ପେଶାଲ ଡୁଡଲ ସହିତ ନିଜ ଜନ୍ମଦିବସ ପାଳିଲା ସର୍ଚ୍ଚ ଇଞ୍ଜିନ ଗୁଗଲ । ଅଧିକ ପଢନ୍ତୁ...

ସ୍ପେଶାଲ Doodle ସହ ଜନ୍ମଦିବସ ପାଳିଲା GOOGLE
ସ୍ପେଶାଲ Doodle ସହ ଜନ୍ମଦିବସ ପାଳିଲା GOOGLE

By

Published : Sep 27, 2021, 4:26 PM IST

ୱାଶିଂଟନ:ଆଜି(ସୋମବାର) ୨୩ ବର୍ଷରେ ପାଦ ଥାପିଛି ସର୍ଚ୍ଚ ଇଞ୍ଜିନ ଗୁଗଲ । ଏହି ଦିବସକୁ ଅଧିକ ସ୍ପେଶାଲ ବନାଇବା ପାଇଁ ଗୁଗଲର ହୋମ ପେଜରେ ବର୍ଥ ଡେ' କେକ୍‌ ଥିମର ଏକ ଡୁଡଲ ଦେଖିବାକୁ ମିଳିଛି । କମ୍ପାନୀ ଏହି ଆନିମେଟେଡ ଡୁଡଲରେ ବର୍ଥ ଡେ' କେକ ଉପରେ ୨୩ ବର୍ଷ ଲେଖାଥିବା ସହିତ ବର୍ଥ ଡେ' କ୍ୟାଣ୍ଡେଲ ଇଂରାଜୀ ଅକ୍ଷର Googleର 'L' ଲେଟର ଉପରେ ରହିଛି ।

ସ୍ପେଶାଲ Doodle ସହ ଜନ୍ମଦିବସ ପାଳିଲା GOOGLE

୧୯୯୮ ମସିହା ସେପ୍ଟେମ୍ବରରେ ଲାରି ପେଜ ଓ ସର୍ଜି ବ୍ରିନଙ୍କ ଦ୍ବାରା ଏହି ସର୍ଚ୍ଚ ଇଞ୍ଜିନକୁ ପ୍ରତିଷ୍ଠା କରାଯାଇଥିଲା । ୧୯୯୫ ମସିହାରୁ ଏହି ସର୍ଚ୍ଚ ଇଞ୍ଜିନକୁ ତିଆରି କରିବା ପାଇଁ ଏମାନେ ଚିନ୍ତା କରିଥିଲେ । ପ୍ରଥମରୁ ଏହାର ନାମ ରହିଥିଲା 'BackRub' । କିନ୍ତୁ ଧୀରେ ଧୀରେ ଇଣ୍ଟରନେଟର ଅଗ୍ରଗତି ପରେ ଏହି ସର୍ଚ୍ଚ ଇଞ୍ଜିନର ଲୋକପ୍ରିୟତା ବଢିବାରେ ଲାଗିଲା । ଲୋକମାନେ ଯେକୌଣସି ସମ୍ପର୍କରେ ଜାଣିବା ପାଇଁ ଗୁଗୁଲକୁ ଆସି ସର୍ଚ୍ଚ କରିବା ଆରମ୍ଭ କରିଥିଲେ ।

ପ୍ରତିଦିନ ୧୦୦ କୋଟିରୁ ଅଧିକ କରନ୍ତି ସର୍ଚ୍ଚ:-

ଏହି ସର୍ଚ୍ଚ ଇଞ୍ଜିନକୁ ବିଶ୍ବ ସ୍ତରରେ ବ୍ୟବହାର କରାଯାଏ । ପ୍ରତିଦିନ ପ୍ରାୟ ୧ ବିଲିୟନ ବା ୧୦୦୦ କୋଟି ଲୋକ ଗୁଗଲର ବ୍ୟବହାର କରୁଥିବା ବେଳେ ପ୍ରାୟ ୧୫୦ ଭାଷାରେ ହୋଇଥାଏ ସର୍ଚ୍ଚ । ବିଶ୍ବର ପ୍ରତିଟି ଲୋକଙ୍କ ନିକଟରେ ସମାନ ସୂଚନା ପହଞ୍ଚାଇବା ପାଇଁ ଏହି ସର୍ଚ୍ଚ ଇଞ୍ଜିନର ଉଦ୍ୟମ ରହିଥାଏ । ଗୁଗଲ ପ୍ରତିଟି ଉତ୍ସବକୁ ପାଳନ କରିବା ପାଇଁ ସେହି ପର୍ବ ସମ୍ବନ୍ଧୀୟ ଡୁଡଲ ବନାଇ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଥାଏ । ତେବେ ନିଜର ୨୩ତମ ବର୍ଥ ଡେ' ଅବସରରେ ଗୁଗଲର ଅଧିକାରୀମାନେ ଏହି ସ୍ପେଶାଲ ଡୁଡଲ ତିଆରି କରିଛନ୍ତି ।

ସେପ୍ଟେମ୍ବର ୪ରୁ ୨୭କୁ ପରିବର୍ତ୍ତନ ହୋଇଥିଲା ଜନ୍ମଦିବସ:-

୧୯୯୮ ମସିହା ସେପ୍ଟେମ୍ବର ୪ ତାରିଖରେ ଗୁଗଲ ପ୍ରତିଷ୍ଠା ହୋଇଥିବା ବେଳେ ପରେ ଏହାର ଜନ୍ମଦିବସକୁ ସେପ୍ଟେମ୍ବର ୨୭ ତାରିଖ ଭାବେ ପାଳନ କରାଯାଇଥିଲା । କାରଣ ସେପ୍ଟେମ୍ବର ୨୭ ତାରିଖ ଦିନ ଗୁଗଲରେ ଅନେକ ପେଜ ଇନଷ୍ଟଲ କରାଯାଇଥିଲା । ଏଥିଲାଗି ଏହି ଦିବସକୁ ପ୍ରତିବର୍ଷ ଗୁଗଲର ଜନ୍ମଦିବସ ଭାବେ ପାଳନ କରିଥାଏ କମ୍ପାନୀ ।

@ANI

ABOUT THE AUTHOR

...view details