ପାଟନା(ବିହାର):ବିହାରର ନାଳନ୍ଦା ଏକାଙ୍ଗସରାୟ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ(Goods Train Derailed in Nalanda) । ଦାନିୟାମ୍ବା-ଇସଲାମପୁର ରେଳଖଣ୍ଡରେ ଏଙ୍କଗରସରାୟ ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ୍ର ୮ଟି ବଗି ଲାଇନଚ୍ୟୁତ ହୋଇ ଓଲଟିପଡିଛି । ଘଟଣା ବୁଧବାର ସନ୍ଧ୍ୟାର । ଏହି ଦୁର୍ଘଟଣା ସମୟରେ ଜୋର୍ରେ ଶବ୍ଦ ହୋଇଥିଲା । ଏହି ଶବ୍ଦ ଶୁଣି ଲୋକଙ୍କ ଭିଡ ଜମିଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଏହି ରେଳ ଦୁର୍ଘଟଣାର ଫଟୋ ଉଠାଇଥିବାବେଳେ ଦୁଇଜଣ ବାଳକଙ୍କୁ କରେଣ୍ଟ ଲାଗିଯାଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଦୁର୍ଘଟଣାର ଫଟୋ ଉଠାଉଥିବାବେଳେ ଜଣେ ମୃତ - କୋଇଲା ବୋଝେଇ ସାମଗ୍ରୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ
ଓଲଟିଲା କୋଇଲା ବୋଝେଇ ଟ୍ରେନ୍ । ଚଳନ୍ତା ଟ୍ରେନରୁ ଅଲଗା ହେଲା ୮ ବଗି । ଦୁର୍ଘଟଣାର ଫଟୋ ଉଠାଉଥିବାବେଳେ ଜଣେ ମୃତ, ଜଣେ ଗୁରୁତର । ଅଧିକ ପଢ଼ନ୍ତୁ
ନାଳନ୍ଦାରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଓଲଟିଲା: ଘଟଣା ସଂପର୍କରେ କୁହାଯାଉଛି ଯେ, ଝାଡଖଣ୍ଡରୁ କୋଇଲା ନେଇ ମାଲଗାଡିଟି ଦାନିୟାମ୍ବା ଯାଉଥିଲା । ତେବେ ବୁଧବାର ସନ୍ଧ୍ୟାରେ ଏଙ୍କଗରସରାୟ ରେଳ ଷ୍ଟେସନ ନିକଟରେ ମାଲଗାଡିର ୮ଟି ବଗି ଲାଇନଚ୍ୟୁତ ହୋଇ ଓଲଟିଯାଇଥିଲା । ଯେଉଁଥିରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ ଓ ଚାଳକଙ୍କୁ ଘଟଣା ସଂପର୍କରେ ଜଣାପଡିନଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚାଳକଙ୍କୁ ଘଟଣା ସଂପର୍କରେ ସଙ୍ଗେସଙ୍ଗେ ଜଣାପଡିନଥିଲା । କିଛି ଦୂର ଯିବାପରେ ଚାଳକଙ୍କୁ ଘଟଣା ସପର୍କରେ ଜଣାପଡିଲା, ସେତେବେଳେ ସେ ଇଞ୍ଜିନରେ ବ୍ରେକ୍ ଲଗାଇଥିଲେ ।
ଚାଳକ ଓ ଗାର୍ଡ ଫେରାର: ଘଟଣା ପରେ ଗ୍ରାମବାସୀଙ୍କ ଭିଡ ଜମିଥିଲା । ମାଲଗାଡିର ସବୁ ବଗିରେ କୋଇଲା ଭର୍ତ୍ତି ରହିଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଚାଳକ ଓ ଗାର୍ଡ ଟ୍ରେନ୍ ଛାଡି ଫେରାର ହୋଇଯାଇଥିଲେ ।