ଓଡିଶା

odisha

ଓଲଟିଲା ମାଲବାହୀ ଟ୍ରେନ, ଆଗ୍ରା-ଦିଲ୍ଲୀ ରେଳପଥ ବାଧାପ୍ରାପ୍ତ

By

Published : Jan 22, 2022, 1:32 PM IST

ବୃନ୍ଦାବନରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ। ଆଜି(ଶନିବାର) ସକାଳେ ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା । ଯାହା ଫଳରେ ଆଗ୍ରା-ଦିଲ୍ଲୀ ରେଳପଥ ବ୍ୟାହତ ହୋଇଛି। ଅଧିକ ପଢ଼ନ୍ତୁ

goods train derail in mathura
ଓଲଟିଲା ମାଲବାହୀ ଟ୍ରେନ, ଆଗ୍ରା-ଦିଲ୍ଲୀ ରେଳପଥ ବାଧାପ୍ରାପ୍ତ

ମଥୁରା: ବୃନ୍ଦାବନରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ଆଜି(ଶନିବାର) ସକାଳେ ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା । ଯାହା ଫଳରେ ଆଗ୍ରା-ଦିଲ୍ଲୀ ରେଳପଥ ବ୍ୟାହତ ହୋଇଛି ।

ବୃନ୍ଦାବନର କୋତବାଲି ଅଞ୍ଚଳରେ ଏକ ସିମେଣ୍ଟ ଭର୍ତ୍ତି ମାଲବାହୀ ଟ୍ରେନଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ରେଳ ଅଧିକାରୀ ଓ ଆରପିଏଫ ପହଞ୍ଚିଛନ୍ତି ଏବଂ ରେଳ କର୍ମଚାରୀଙ୍କ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଏହି ଦୁର୍ଘଟଣା ଯୋଗୁଁ ରେଲୱେ ଟ୍ରାକଟି କ୍ଷତିଗ୍ରସ୍ତ ହେବା ସହ ଆଗ୍ରା-ଦିଲ୍ଲୀ ରେଳପଥରେ ଯାତାୟତ ବନ୍ଦ ରହିଛି । ଏଥିସହ ଅନେକ ଟ୍ରେନ ଗୁଡ଼ିକର ମାର୍ଗ ପରିବର୍ତ୍ତନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details